ଭୁବନେଶ୍ୱର,୧୭।୨: ୨୦୨୫-୨୬ ଆର୍ଥିକ ବର୍ଷ ଲାଗି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ବିଧାନସଭାରେ ପୂର୍ଣାଙ୍ଗ ବଜେଟ ଉପସ୍ଥାପନ କରିଛନ୍ତି । ଚଳିତ ଥର ମୋଟ୍ ବଜେଟ୍ ପରିମାଣ ୨.୯୦ ଲକ୍ଷ କୋଟି ରହିଛି। ଏଥର ବଜେଟ୍ ସମସ୍ତଙ୍କୁ ସୁହାଇଲା ଭଳି ହୋଇଛି। ବିଶେଷକରି ଶିକ୍ଷା, ସ୍ୱାସ୍ଥ୍ୟ, ମହିଳା, ଓଡ଼ିଆ ଅସ୍ମିତା କୃଷି ଓ କୃଷକଙ୍କୁ ପ୍ରାଧାନ୍ୟ ଦିଆଯାଇଛି। ଏଥର କୃଷି ପାଇଁ ବଜେଟ୍ରେ ୩୭,୮୦୦ କୋଟି ବ୍ୟୟ ଅଟକଳ ହୋଇଛି। ଗତ ବର୍ଷ ତୁଳନାରେ ଏହା ୧୨ ପ୍ରତିଶତ ଅଧିକ ।ସମୃଦ୍ଧ କୃଷକଯୋଜନାରେ ୬୦୦୦ହଜାର କୋଟି, ସିଏମ୍ କିଷାନ ପାଇଁ ୨୦୨୦ କୋଟି, ଶ୍ରୀଅନ୍ନ ଯୋଜନା ପାଇଁ ୬୦୦ କୋଟି, ଶସ୍ୟ ବିବିଧତା କାର୍ଯ୍ୟକ୍ରମ ପାଇଁ ୬୯୫ କୋଟି, PMMSY ପାଇଁ ୨୪୫ କୋଟି, MMKY ପାଇଁ ୨୩୫ କୋଟି, ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ପାଇଁ ୧୪୬କୋଟି ଓ ପ୍ରାଣୀ ସଂପଦ ଯୋଜନା ପାଇଁ ୧୭୧ କୋଟି ବ୍ୟୟ ଅଟକଳ ହୋଇଛି।ଭୁବନେଶ୍ୱର,୧୭।୨: ୨୦୨୫-୨୬ ଆର୍ଥିକ ବର୍ଷ ଲାଗି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ବିଧାନସଭାରେ ପୂର୍ଣାଙ୍ଗ ବଜେଟ ଉପସ୍ଥାପନ କରୁଛନ୍ତି। ଏଥର ବଜେଟରେ ୧୬ଟି ନୂଆ ଯୋଜନା ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ସେହିଗୁଡିକ ହେଲା-
୧. ଅନ୍ତ୍ୟୋଦୟ ଗୃହ ଯୋଜନା ପାଇଁ ୨ ହଜାର ୬୦୩ କୋଟି
୨. ସୁଭଦ୍ରା ସୁରକ୍ଷା ପାଇଁ ୧୫୩ କୋଟି ବ୍ୟୟ ବରାଦ
୩. ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା ପାଇଁ ୩୦ କୋଟି ଟଙ୍କା
୪.ଉତ୍ତର ଓଡ଼ିଶା ବିକାଶ ପରିଷଦ ପାଇଁ ୨୦୦ କୋଟି
୫. ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ପାଇଁ ୨୦୦ କୋଟି
୬. ଓଡ଼ିଶା ପୁଷ୍ଟି ମିଶନ ପାଇଁ ୧୦୦ କୋଟି
୭. ବକୁଳ ବନ ଉନ୍ନୟନ ଯୋଜନା ପାଇଁ ୫୦ କୋଟି ଟଙ୍କା
୮. ଆମ ଶିମିଳିପାଳ ଯୋଜନା ପାଇଁ ୫୦ କୋଟି
୯. ଆଦର୍ଶ ମଣ୍ଡି ବ୍ୟବସ୍ଥା ପାଇଁ ୫୦ କୋଟି
୧୦. ସହିଦ ଲକ୍ଷ୍ମଣ ନାୟକ ଆଦର୍ଶ ବିଦ୍ୟାଳୟ ପାଇଁ ୧୦୦ କୋଟି
୧୧. ପ୍ରବାସୀ ଓଡ଼ିଆ ଓ- ସଂପର୍କ ପାଇଁ ୧୧୦ କୋଟି
୧୨. ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ପାଇଁ ୧୨ କୋଟି
୧୩. ସ୍ବଚ୍ଛ ଓଡ଼ିଶା ଯୋଜନାରେ ଖର୍ଚ୍ଚ ହେବ ୨୬୧ କୋଟି
୧୪. ଆମେ ପଢ଼ିବା ଆମ ଭାଷାରେ’ ଯୋଜନା ପାଇଁ ୨୫ କୋଟି
୧୫. ଅଟଳ ବସ୍ଷ୍ଟାଣ୍ଡ ଯୋଜନା ପାଇଁ ୧ ହଜାର ୨୬୬ କୋଟି
୧୬. ସମୃଦ୍ଧ ସହର ଯୋଜନାରେ ଖର୍ଚ୍ଚ ହେବ ୪୦୮ କୋଟି
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |