ଆରମ୍ଭ ହୋଇଛି କଂଗ୍ରେସର ସଂକଳ୍ପ ପଦଯାତ୍ରା

ଭୁବନେଶ୍ଵର,୧୮।୨: ଆରମ୍ଭ ହୋଇଛି କଂଗ୍ରେସର ସଂକଳ୍ପ ପଦଯାତ୍ରା। ମଙ୍ଗଳବାର ମଧ୍ୟାହ୍ନ ୧୨ଟା ସମୟରେ ଭୁବନେଶ୍ଵର ବିମାନବନ୍ଦରରୁ ପଦଯାତ୍ରା ଆରମ୍ଭ ହୋଇଛି। ପିସିସି ସଭାପତି ଭକ୍ତ ଚରଣ ଦାସ ବିମାନବନ୍ଦର ନିକଟରେ ପହଞ୍ଚିବା ପରେ ତାଙ୍କ ନେତୃତ୍ଵରେ ପଦଯାତ୍ରା ଆରମ୍ଭ କରିଛି ଦଳ। ବହୁ ସଂଖ୍ୟକ କଂଗ୍ରେସ ନେତା ଓ କର୍ମୀ ବିରାଟ ପଟୁଆରରେ ଏଥିରେ ସାମିଲ ହୋଇଛନ୍ତି। ଆଜି ପ୍ରଥ ଦିନରେ ଏହି ପଦଯାତ୍ରା ଲିଙ୍ଗିପୁର ପର୍ଯ୍ୟନ୍ତ ଯିବ। ଏହାପରେ ଲିଙ୍ଗିପୁରରୁ ପିପିଲି ଚନ୍ଦନପୁର ଦେଇ ପୁରୀ ପର୍ଯ୍ୟନ୍ତ ଏହି ପଦଯାତ୍ରା କରାଯିବ। ଫେବୃଆରୀ ୨୦ ତାରିଖ ଯାଏଁ ଚାଲିବ କଂଗ୍ରେର ଏହି ସଂକଳ୍ପ ପଦଯାତ୍ରା। ସଫଳ ଓଡ଼ିଶାର ରୂପାୟନ ସହ ଓଡ଼ିଶାର ଉନ୍ନତି କାମନା କରି ଏହି ପଦଯାତ୍ରା କରାଯାଉଥିବା ଦଳ ପକ୍ଷରୁ କୁହାଯାଇଛି। ଆସନ୍ତା ୨୦ ତାରିଖରେ ପୁରୀରେ ଶ୍ରୀଜଗନ୍ନାଥଙ୍କ ନିକଟରେ ସଂକଳ୍ପ ନେବ ଦଳ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!