ବିଧାନସଭାରେ କିଟ୍ ତାତି, ଅଚ୍ୟୁତ ସାମନ୍ତଙ୍କ ଗିରଫ ଦାବି

ଭୁବନେଶ୍ୱର,୧୮।୨: KIIT ବିଶ୍ୱବିଦ୍ୟାଳୟରେ ନେପାଳୀ ଛାତ୍ରୀ ମୃତଘଟଣା ପରେ ଉତ୍ତେଜନା ଲାଗିରହିଛି ।କିଟରେ ପଢ଼ୁଥିବା ନେପାଳୀ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ସାରା ରାଜ୍ୟରେ ହଇଚଇ । ଘଟଣାରେ କିଟର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଗିରଫ ଦାବି କଲେ ବିଜେପି ବିଧାୟକ ବାବୁ ସିଂ ।କିଟ୍ ବିଶ୍ୱ ବିଦ୍ୟାଳୟରେ ବିଦେଶୀ ଛାତ୍ରୀ ମୃତ୍ୟୁ ମାମଲା ନେଇ ସୃଷ୍ଟି ହୋଇଥିବା ଘଟଣାକ୍ରମ ନେଇଛି ବିବାଦୀୟ ମୋଡ଼। ଏହା ପାଲଟିଛି ଅନ୍ତର୍ଜାତୀୟ ପ୍ରସଙ୍ଗ। କିଟ୍ ପାଇଁ ଅନ୍ତର୍ଜାତୀୟ ସ୍ତରରେ ବଦନାମ ହୋଇଛି ଓଡ଼ିଶା। ପ୍ରଥମେ ଛାତ୍ରୀ ମୃତ୍ୟୁ ମାମଲାକୁ ଚପାଇ ଦେବାକୁ ଉଦ୍ୟମ କରାଗଲା। ପରେ ଏହି ଘଟଣାରେ ଅସନ୍ତୋଷ ପ୍ରକାଶ କରୁଥିବା ଛାତ୍ରଛାତ୍ରୀଙ୍କୁ ମାଡ଼ ମରାଗଲା, ଧମକ ଚମକ ଦେଇ କ୍ୟାମ୍ପସରୁ ବିଦା କରିଦିଆଗଲା।ପୂରା ମାମଲାରେ ବିବାଦ ଘେରକୁ ଆସିଛି କିଟ୍ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଭୂମିକା। ମାନବାଧିକାର ଉଲ୍ଲଂଘନ ଭଳି ସାଂଘାତିକ ଅଭିଯୋଗ ହୋଇଛି। କିଟ୍ ପାଇଁ ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶା ଓ ଭାରତ ବଦନାମ ହୋଇଛି। ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିଥିବା ସିକ୍ୟୁରିଟି ଗାର୍ଡଙ୍କ ବିରୋଧରେ ନିଆଯାଇନାହିଁ କୌଣସି ଆକ୍ସନ।  ଆଜି ବିଧାନସଭାରେ ଶୂନ୍ୟକାଳରେ ଉଠିଛି କିଟ୍ ପ୍ରସଙ୍ଗ । ବିରୋଧୀ ଦଳ ଉପମୁଖ୍ୟ ସଚେତକ ପ୍ରତାପ ଦେବ ଏହି ପ୍ରସଙ୍ଗ ଉଠାଇ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ଥିବା ଅଭିଯୋଗ କରିଥିବାବେଳେ ଛାତ୍ରୀ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ଦାବି କରିଛନ୍ତି କଂଗ୍ରେସ ନେତା । ଏହି ଘଟଣାରେ କିଟର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଙ୍କୁ ଗିରଫ କରାଯିବା ପାଇଁ ମଧ୍ୟ ଦାବି ଉଠିଛି । ବିଜେପି ବିଧାୟକ ବାବୁ ସିଂହ ଅଚ୍ୟୁତଙ୍କୁ ତୁରନ୍ତ ଗିରଫ କରାଯିବା ପାଇଁ ଦାବି କରିଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!