KIIT ଛାତ୍ରୀ ମୃତ୍ୟୁ ମାମଲା: ଆଉ ୫ଜଣଙ୍କୁ ଗିରଫ କରିଛି ପୋଲିସ

ଭୁବନେଶ୍ୱର,୧୮।୨: KIIT (କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡଷ୍ଟ୍ରିଆଲ୍ ଟେକ୍ନୋଲୋଜି) ବିଶ୍ୱବିଦ୍ୟାଳୟର ହଷ୍ଟେଲରେ ନେପାଳୀ ଛାତ୍ରୀ ପ୍ରକୃତି ଲମସାଲଙ୍କ ମୃତ୍ୟୁ ଘଟଣାରେ କମିଶନରେଟ୍ ପୋଲିସ ଆହୁରି ଅନେକ କର୍ମଚାରୀଙ୍କୁ ଗିରଫ କରିଛି। କିଟ୍‌ କଲେଜରେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ଘଟଣାକୁ ନେଇ ଏବେ ସାରା ରାଜ୍ୟରେ ହଇଚଇ । ଛାତ୍ରୀଙ୍କ ମୃତ୍ୟୁକୁ ନେଇ ଅନ୍ୟ ନେପାଳୀ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ, ଆଉ ଏହା ପରେ ସେମାନଙ୍କ ପ୍ରତି କଲେଜ କର୍ତ୍ତୃପକ୍ଷଙ୍କ ଆଚରଣ ଘଟଣା ଏବେ ସବୁ ମହଲରେ ଚର୍ଚ୍ଚାର କାରଣ ପାଲଟିଛି। ଏମିତିକି ଘଟଣା ବିଧାନସଭାରେ ମଧ୍ୟ ପହଞ୍ଚିଲାଣି। ପୂର୍ବରୁ ଖୋଦ୍‌ ନେପାଳ ପ୍ରଧାନମନ୍ତ୍ରୀ ଘଟଣାକୁ ନେଇ ଉପଯୁକ୍ତ ତଦନ୍ତ ଦାବି କରୁଥିବାବେଳେ ପୋଲିସ ପ୍ରାଥମିକ ଭାବରେ ତଦନ୍ତ କରି ଏପର୍ଯ୍ୟନ୍ତ ୩ ନିର୍ଦ୍ଦେଶକଙ୍କ ସମେତ ୫ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଡାଇରେକ୍ଟର ଜେନେରାଲ ଶିବାନନ୍ଦ ମିଶ୍ର, ଆଡମିନିଷ୍ଟ୍ରେସନ ଡାଇରେକ୍ଟର ପ୍ରତାପ ଚମ୍ପତି, ହଷ୍ଟେଲ ଡାଇରେକ୍ଟର ସୁଧୀର ରଥ । ପୂର୍ବରୁ, ରମାକାନ୍ତ ନାୟକ (୪୫) ଏବଂ ଯୋଗେନ୍ଦ୍ର ବେହେରା (୨୫) ନାମକ ଦୁଇ ସୁରକ୍ଷା କର୍ମୀଙ୍କୁ ଗିରଫ କରାଯାଇଥିଲା ଏବଂ ସେମାନଙ୍କ ବିରୋଧରେ ଏକ ଫୌଜଦାରୀ ମାମଲା ରୁଜୁ କରାଯାଇଥିଲା। ଏହା ସହିତ, ଏହି ଘଟଣାରେ ମୋଟ ପାଞ୍ଚ ଜଣଙ୍କୁ ଗିରଫ କରାଯାଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!