ଆସନ୍ତାକାଲିଠୁ ଭୁବନେଶ୍ବରରେ ସୁଭଦ୍ରା ଶକ୍ତି ମେଳା ଆରମ୍ଭ ହେବ

ଭୁବନେଶ୍ବର , ୨୧।୨: ଆସନ୍ତାକାଲିଠୁ ଭୁବନେଶ୍ବରରେ ସୁଭଦ୍ରା ଶକ୍ତି ମେଳା ଆରମ୍ଭ ହେବ ।ଏସଏଚଜି (ସ୍ୱୟଂ ସହାୟକ ଗୋଷ୍ଠୀ) ମହିଳାଙ୍କ ସମାଗ୍ରୀ ପ୍ରଦର୍ଶିତ ହେବ । ହସ୍ତଶିଳ୍ପ, ଟେରାକୋଟା ସାମଗ୍ରୀ ବିକ୍ରି ହେବ ।ବାଉଁଶ ଶିଳ୍ପ ସାମଗ୍ରୀ ବିକ୍ରି କରାଯିବ । ମିଲେଟ ଭିତ୍ତିକ ଖାଦ୍ୟ ଖାଇବାକୁ ମିଳିବ ।ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି । ଆସନ୍ତାକାଲିଠୁ ଆରମ୍ଭ ହୋଇ ମାର୍ଚ୍ଚ ୨ ତାରିଖ ଯାଏଁ ଚାଲିବ ସୁଭଦ୍ରା ଶକ୍ତି ମେଳା ଚାଲିବ । ଏଥିରେ ରାଜ୍ୟବ୍ୟାପୀ ଏସ୍‌ଏଚ୍‌ଜି ମହିଳା ସାମିଲ୍‌ ହେବେ । ଏସ୍‌ଏଚ୍‌ଜି ମହିଳାଙ୍କ ଦ୍ବାରା ପ୍ରସ୍ତୁତ ସାମଗ୍ରୀ ବିକ୍ରି ହେବ । ଏହା ମହିଳାଙ୍କୁ ଆର୍ଥିକ କ୍ଷେତ୍ରରେ ସଶକ୍ତ କରିବାକୁ ନୂଆ ରାସ୍ତା ଦେଖାଇବ ବୋଲି ଉପମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!