ନବରଙ୍ଗପୁର(ମିହିର ଶଙ୍କର ପାତ୍ର), :-ପାପଡା ହାଣ୍ଡି ବ୍ଳକ ଅନ୍ତର୍ଗତ ସେମଳା ଆଞ୍ଚଳିକ ସାଧନ କେନ୍ଦ୍ର ଅନ୍ତର୍ଗତ ସରକାରୀ ପ୍ରାଥମିକ ବିଦ୍ୟାଳୟ ,ଵୁଟିଆ ଗୁଡାରେ ବିଦ୍ୟାଳୟ ସ୍ତରୀୟ ମାତୃଭାଷା ଦିବସ ପାଳନ ଶପଥ ପାଠ, ସ୍ଲୋଗାନ ରେ ମୋ ଉତ୍କଳ ମୋ ଓଡ଼ିଶା,ମୋ ଓଡ଼ିଆ ଆମ ମାତୃଭାଷା ,କୁଇଜ୍,କବିତା ଆବୃତ୍ତି ,ଭାଷା ପଠନ,ଭାଷା ଲିଖନ ,ଭାଷା କହିବା ,ଗପ କହିଵା ପାଇଁ ପିଲା ମାନଙ୍କ ଦମଦାର ଅଂଶ ଗ୍ରହଣ ହୋଇଥିଲା । ଆଞ୍ଚଳିକ ସାଧନ କେନ୍ଦ୍ର ବାବୁଲାଲ ସାଗର ଯୋଗଦାନ କରି ମାତୃଭାଷା ଦିବସ ପାଳନରେ ମାତୃଭାଷା ପ୍ରତି ଭଲ ପାଇବା ର ଭାବଧାରା କୁ ପିଲାମାନଙ୍କ ହୃଦୟରେ ଉଦବୁଦ୍ଧ ପାଇଁ କବି ଗଙ୍ଗାଧର ମେହେର ଙ୍କ ବାଣୀ ମାତୃଭୂମି ମାତୃଭାଷା ର ମମତା ଯା ହୃଦେ ଜନମି ନାହିଁ ତାକୁ ଯଦି ଜ୍ଞାନି ଗଣରେ ଗଣିବା ଅଜ୍ଞାନୀ ରହିବେ କାହିଁ ମରମ ବାର୍ତ୍ତାସହ ପିଲାମାନଙ୍କ ମଧ୍ୟରେ ଆସ କହିବା ଆସ ପଢ଼ିବା ଆସ ଲେଖିବା ଭାବନାକୁ ପିଲାଙ୍କ ପ୍ରାଣରେ ଉଦଜୀବିତ ପାଇଁ ପିଲାଙ୍କ ମଧ୍ୟରେ ଅଭ୍ୟାସ କରାଇ ମାତୃଭାଷା ପ୍ରତି ଭଲ ପାଇବା ଭରି ଦେଇ ଥିଲେ ।ମାତୃଭାଷା ଦିବସରେ ମାତୃଭାଷାର ଗୀତ ସାବିତ୍ରୀ ମାଳୀ ଦ୍ଵିତୀୟ ଶ୍ରେଣୀ ଛାତ୍ରୀ ଦିବସର ଆକର୍ଷଣ ସାଜିଥିଲେ ।ପ୍ରଧାନ ଶିକ୍ଷକ ରମେଶ ଵେନିଆ,ସହକାରୀ ଶିକ୍ଷକ ପରମେଶ ନାୟକ ର ଆନ୍ତରିକ ଉଦ୍ୟମରେ ଆନ୍ତର୍ଜାତିକ ମାତୃଭାଷା ଦିବସକୁ ସୁନ୍ଦର ରୂପରେଖ ଦେଇ ଥିଲେ ।ସି.ଆର.ସି.ସି. ଵାଵୁଲାଲ ସାଗର ବିଦ୍ୟାଳୟରେ ଦିବସ ପାଳନ ,ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ଅହରହ ଚ଼େଷ୍ଟା ଭାବନା କୁ ଗ୍ରାମ ବାସୀ , ବିଦ୍ୟାଳୟ ପରିଚାଳନା କମିଟି ଓ ବୁଦ୍ଧିଜୀବି ମହଲ ରେ ଉଚ୍ଚ ପ୍ରଶଂସା କରିଥିଲେ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |