ବିଧାନସଭାରେ ଉଠିଲା କଟକ ବାଲିଯାତ୍ରାରେ ପ୍ରସଙ୍ଗ

ଭୁବନେଶ୍ୱର,୨୧।୨: ବିଧାନସଭାରେ ଚାଲିଛି ବଜେଟ ଅଧିବେଶନ। ଶୁକ୍ରବାର ଅଧିବେଶନର ପ୍ରଶ୍ନକାଳରେ କଟକ ବାଲିଯାତ୍ରା ଉପରେ ଆଲୋଚନା ହୋଇଛି। ବାରବାଟୀ ବିଧାୟିକା ସୋଫିଆ ଫିର୍ଦ୍ଦୋଶ ବାଲିଯାତ୍ରାରେ ଷ୍ଟଲ ନିଲାମ ପ୍ରକ୍ରିୟା ବନ୍ଦ ପାଇଁ ଦାବି କରିଥିଲେ। ବିଧାନସଭାରେ କଟକ ବାଲିଯାତ୍ରାରେ ଉଠିଲା ଅବ୍ୟବସ୍ଥା ପ୍ରସଙ୍ଗ। ମାହାଙ୍ଗାର ବିଜେପି ନେତା ତଥା ସ୍ଵାଧୀନ ବିଧାୟକ ଶାରଦା ପ୍ରଧାନ ଗତବର୍ଷ ବାଲିଯାତ୍ରାରେ ଜିଲ୍ଲା ପ୍ରଶାସନର ଅବ୍ୟବସ୍ଥା ନେଇ ଅଭିଯୋଗ ଉଠାଇଥିଲେ। ଗଣକବି ବୈଷ୍ଣବ ପାଣି ମଞ୍ଚରେ ରେକର୍ଡ଼ ଡାନ୍ସ ହୋଇଥିବାରୁ ସେ ଆପତ୍ତି ଉଠାଇଥିଲେ। ବିଧାୟିକାଙ୍କ ପ୍ରଶ୍ନର ଉତ୍ତର ରଖିଥିଲେ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ମନ୍ତ୍ରୀ ସୂର୍ୟ୍ୟବଂଶୀ ସୂରଜ। ଚଳିତ ଥର କଟକ ବାଲିଯାତ୍ରାରେ ମୋଟ ୨୪୩୮ ଷ୍ଟଲ ଖୋଲିଥିଲା। ନିଲାମ ଆଧାରରେ ୧୧୮୮ ଏବଂ ସ୍ଥିରୀକୃତ ଦରରେ ୧୨୫୦ ଷ୍ଟଲ ହୋଇଥିଲା। ମୋଟ ୬ କୋଟି ୩୮ ଲକ୍ଷ ୨୬ ହଜାର ୪୪୬ ଟଙ୍କା ଆଦାୟ ହୋଇଛି। ଏ ସବୁ ଜିଲାପାଳଙ୍କ ଜରିଆରେ କରାଯାଇଛି। ବାଲିଯାତ୍ରାର ସାଂସ୍କୃତିକ ପ୍ରଚାର ପ୍ରସାର ଦାୟିତ୍ୱ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗର ବୋଲି ମନ୍ତ୍ରୀ ଉତ୍ତର ରଖିଥିଲେ।ବାଲିଯାତ୍ରାକୁ ଜାତୀୟ ମାନ୍ୟତା ମିଳିବା ଆଶା କରାଯାଉଛି ବୋଲି ଗୃହରେ ମନ୍ତ୍ରୀଙ୍କ ପ୍ରତିକ୍ରିୟା ରଖିଛନ୍ତି। ଜାତୀୟ ମାନ୍ୟତା ଦେବା UNESCOର କାମ। ଏନେଇ ବିଶେଷଜ୍ଞ ଟିମ୍‌ UNESCO ସହ ଯୋଗାଯୋଗରେ ଅଛନ୍ତି। ଆଗକୁ ଅନ୍ତର୍ଜାତୀୟ ମାନ୍ୟତା ମିଳିବାର ଆଶା ରଖାଯାଉଛି ବୋଲି ମନ୍ତ୍ରୀ କହିଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!