ନବରଙ୍ଗପୁର(ମିହିର ଶଙ୍କର ପାତ୍ର) :-ବଦଲିଗୁଡା ରେ ଧୂମଧାମରେ ପାଳିତ ହୋଇ ଯାଇଛି ଏକ ମାସ ବ୍ୟାପୀ ବାଲିଯାତ୍ରା। ଏହି ଅବସରରେ ବାଲି ଠୁଲଣ ଠାରୁ ଏକ ବିଶାଳ ଶୋଭାଯାତ୍ରା ବାଲି ପଡିଆ ପର୍ଯ୍ୟନ୍ତ ଲାଠି, କୁରୁତି, ପାଲିଙ୍କି ସହ ଶିରା ଦିଶାରୀ ପୂଜାରୀ ଗାଁ ର ପାରମ୍ପରିକ ମୁଖ୍ୟ ଏବଂ ଅତିଥି ମାନେ ଗାଁ ପରିକ୍ରମା କରି ଯାଇଥିଲେ। ଏହି ଅବସରରେ ଗାଁ ପୂଜାରୀ ଧନପତି ଜାନୀ, ହିନ୍ଦୁ ରାଷ୍ଟ୍ର ବାଦୀ ନେତା ଜୟନ୍ତ କୁମାର ପାତ୍ର, ବିଜେପି ର ବରିଷ୍ଠ ନେତା ସୋମନାଥ ପୂଜାରୀ, ବିଜେଡି ନେତା ଚୈତୁ ଜାନୀ, ଆସମନ ପୂଜାରୀ, ମହୋନ ଦାଶ ପୂଜାରୀ, କ୍ଷେତ୍ର ମୋହନ ପାତ୍ର, ରତନ କଲାର, ବଣ୍ଟି ସିଂ, ଲକ୍ଷ୍ମୀ ଜାନୀ, ଆସ୍ତମା ଗୌଡ ପ୍ରମୁଖ ଉପସ୍ଥିତ ଥିଲେ। ଆଖପାଖ ଅଞ୍ଚଳରୁ ହଜାର ହଜାର ଲୋକ ଏହି ଧାର୍ମିକ ଯାତ୍ରା ରେ ସାମିଲ ହୋଇଥିଲେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |