କୋଣାର୍କ ସୂର୍ଯ୍ୟମନ୍ଦିର ଆଉ ନନ୍ଦିଘୋଷ ରଥ ବିଶ୍ବକର୍ମାଙ୍କ ଗୌରବମୟ ପରାକାଷ୍ଠା’

 ଭୁବନେଶ୍ବର,,୨୨ା୨: ପଥର ହେଉକି କାଠ, କବିତା ହେଉକି ଚିତ୍ର ସବୁଥିଲେ ବଳିଆନ୍‌ ବିଶ୍ବକର୍ମା ପରିବାର। ବିଶ୍ବପ୍ରସିଦ୍ଧ କୋଣାର୍କର ସୂର୍ଯ୍ୟମନ୍ଦିର ବିଶ୍ବକର୍ମା ଜାତିର ଗୌରମମୟ ପରାକାଷ୍ଠା। ଓଡ଼ିଆ ଜାତିର ଆରାଧ୍ୟ ମହାପ୍ରଭୁଙ୍କ ଦାରୁଦେବତା ହେଉନ୍ତୁ ଅବା ନନ୍ଦିଘୋଷ ରଥ ନିର୍ମାଣ ଏଜାତି ଯୁଗଯୁଗ ଧରି କଳା ଭାସ୍କର୍ଯ୍ୟକୁ ଉଜ୍ଜିବୀତ୍‌ କରିଆସୁଛି ବୋଲି ବୁଦ୍ଧମନ୍ଦିର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ନିଖିଳ ଉତ୍କଳ ବିଶ୍ୱକର୍ମା ସମିତିର ୮୧ତମ ପ୍ରତିଷ୍ଠା ଦିବସ ଏବଂ ଭୁବନେଶ୍ୱର ମହାନଗର ଶାଖାର ପ୍ରଥମ ବାର୍ଷିକ ଉତ୍ସବରେ ଯୋଗଦେଇ ଅତିଥିମାନେ ମତବ୍ୟକ୍ତ କରିଛନ୍ତି।ମହାନଗର ଶାଖାର ସଭାପତି ଇ.ଲମ୍ବୋଦର ମହାରଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ମୁଖ୍ୟ ଶାସନ ସଚିବ ସହଦେବ ସାହୁ ଯୋଗଦେଇ ବିଶ୍ୱକର୍ମା ଜାତିର ଗୌରବମୟ ଇତିହାସ କରିଥିଲେ। ମୁଖ୍ୟବକ୍ତା ଭାବେ ଚିନ୍ତା ଓ ଚେତନାର ମହାସଚିବ ସୁରେନ୍ଦ୍ର ଦାସ ଯୋଗଦେଇ ସମିତିର କାର୍ଯ୍ୟଧାରାକୁ ପ୍ରଶଂସା କରିଥିଲେ । ସମିତିର ଉପଦେଷ୍ଟା ଇଂ ରାମକୃଷ୍ଣ ମହାରଣା ସମିତିର ୧୫ଦଫା ଦାବି ଉପସ୍ଥାପନ କରି ଓଡିଶାର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯିବ ବୋଲି କହିଥିଲେ । ବିଶେଷ କରି ଭୁବନେଶ୍ୱରରେ ସମିତି ପାଇଁ ଏକ ସ୍ଥାନ ଯୋଗାଇ ଦିଆଯିବା ପାଇଁ ନିଷ୍ପତି ହୋଇଥିବା ବେଳେ ସେଥିରେ ଏକ ବିଶ୍ୱ ହେରିଟେଜ ଗଠନ କରାଯିବାର ଯୋଜନା ଥିବାର ପ୍ରକାଶ କରିଥିଲେ । କଳିଙ୍ଗ ଷ୍ଟାଡିୟମ ନିକଟରେ ଥିବା ବିଶ୍ୱକର୍ମା ମନ୍ଦିରର ୩୧୦ଡିସିମିଲି ସ୍ଥାନକୁ ବିଶ୍ୱକର୍ମା ସମିତି ନାମରେ ପଟ୍ଟା ପ୍ରଦାନ କରିବାକୁ ଦାବି ରହିଥିବା ବେଳେ ବିଶ୍ୱକର୍ମା କାରିଗର ମାନଙ୍କୁ ଦକ୍ଷତା ବୃଦ୍ଧି ପାଇଁ ପ୍ରଶିକ୍ଷଣ ଦିଆଯିବା ଏବଂ କୁଶଳୀ କାରିଗର ଭାବେ ଘୋଷଣା କରାଯାଇ ଦୈନିକ ୨ହଜାର ଟଙ୍କା ପାରିଶ୍ରମିକ ଦିଆଯିବାକୁ ଦାବି କରିଥିଲେ । ଇପିଏଫ ମାଧ୍ୟମରେ କାରିଗର ମାନଙ୍କୁ ସଂଯୋଗ କରାଯାଇ ବୀମା କରାଯିବା ପାଇଁ ମଧ୍ୟ ଦାବି କରାଯାଇଛି । ଉପଦେଷ୍ଟା ଇ. ଯୁଗଳକିଶୋର ମହାରଣା ଯୋଗଦେଇ ଦେଶର ଅନ୍ୟରାଜ୍ୟ ଭଳି ରାଜ୍ୟ ସରକାର ବିଶ୍ବକର୍ମା ଜାତିକୁ ବିଭିନ୍ନ ସହାୟତାରେ ଅନ୍ତଭୁକ୍ତ କରିବାକୁ ଦାବି କରିଥିଲେ। ଏହି ଉତ୍ସବରେ ୧୫ ପ୍ରତିଭାଙ୍କୁ ‘ବିଶ୍ବର୍କର୍ମା ଗୌରବ ସମ୍ମାନ’ ପ୍ରଦାନ କରାଯାଇଥିଲା। ସମିତିର ସ୍ମରଣିକା ‘ଧର୍ମବନ୍ତ’ ଅତିଥିଙ୍କ ଦ୍ବାରା ଲୋକାର୍ପିତ ହୋଇଥିଲା। ଶାଖାର ସଂପାଦକ ଇ.ରାଧାକୃଷ୍ଣ ମହାରଣା ସଂପାଦକୀୟ ବିବରଣୀ ପ୍ରଦାନ କରିଥିଲେ। ଇ.ଅଭୟ ସୂତାର, ସୁରେନ୍ଦ୍ର ମହାରଣା, ପରିକ୍ଷୀତ ମହାରଣା, ଗଙ୍ଗାଧର ଓଝା, ଓ ଅଶୋକ କୁମାର ମହାରଣା କାର୍ଯ୍ୟକ୍ରମ ପରିଚାଳନ କରିଥିଲେ। ସାଧାରଣ ସଂପାଦକ ଇ. ପ୍ରଭାକର ମହାରଣା ଧନ୍ୟବାଦ ଦେଇଥିଲେ । ଏହି ଉତ୍ସବରେ ବାଲେଶ୍ୱର, ଭଦ୍ରକ, କଟକ, ପୁରୀ, ଖୋର୍ଦ୍ଧା ଓ ଗଞ୍ଜାମ ଜିଲାରୁ ପ୍ରାୟ ୨ଶହରୁ ଅଧିକ ବିଶ୍ୱକର୍ମା କରିବାର ଯୋଗ ଦେଇଥିଲେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!