ଭୁବନେଶ୍ୱର,୨୬ା୨: ଆଜି ମହାଶିବରାତ୍ରି ତଥା ଜାଗର ଯାତ୍ରା। ଏଥିପାଇଁ ଉତ୍ସବ ମୁଖରିତ ହୋଇଉଠିଛି ।ବାବା ଆଖଣ୍ଡଳମଣିଙ୍କ ପୀଠ ।ବାବା ଆଖଣ୍ଡଳମଣିଙ୍କ ପୀଠ ପାଇଁ ୧୦ କୋଟି ଘୋଷଣା କରାଯାଇଛି। ଏ ନେଇ ଘୋଷଣା କଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ମନ୍ଦିରର ଉନ୍ନତିମୂଳକ କାର୍ଯ୍ୟ ପାଇଁ ଅର୍ଥ ରାଶି ଘୋଷଣା କଲେ ଉପ ମୁଖ୍ୟମନ୍ତ୍ରୀ।ରାଜ୍ୟ ପର୍ଯ୍ୟଟନ ବିକାଶ ପାଣ୍ଠିରୁ ୧୦ କୋଟି ସହାୟତା ପ୍ରଦାନ କରାଯାଇଛି। ଆଜି ଜାଗରରେ ବାବା ଆଖଣ୍ଡଳମଣିଙ୍କୁ ଦର୍ଶନ କରିବାକୁ ଯାଇଥିଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ମନ୍ଦିରରେ ବାବାଙ୍କୁ ଦର୍ଶନ କରିବା ପରେ ଉପମୁଖ୍ୟମନ୍ତ୍ରୀ ଏ ନେଇ ଘୋଷଣା କରିଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |