*ଡାବୁଗାଁ ବ୍ଲକରେ ନାମକୁ ମାତ୍ର ଚାଲିଛି ଧାନ ମଣ୍ଡି*

 

ନବରଙ୍ଗପୁର( ମିହିର ଶଙ୍କର ପାତ୍ର, ),୧।୩:  ସରକାର ଚାଷୀଙ୍କ ଧାନର ଉଚିତ ମୂଲ୍ୟ ପ୍ରଦାନ ପାଇଁ ମଣ୍ଡି ର ବ୍ୟବସ୍ଥା କରିଛନ୍ତି। ପ୍ରତି ଜିଲ୍ଲାରେ ପ୍ରତି ବ୍ଲକ ରେ ଲୋକଙ୍କ ଚାହିଦା ଦେଖି ମଣ୍ଡି ଗୁଡିକ ଖୋଲାଯାଇଛି । ଡାବୁଗାଁ ବ୍ଲକ ଠାରେ ଡାବୁଗାଁ ସଦର ମହକୁମା ରେ ମଙ୍ଗଳବାର ଓ ବୁଧବାର ଏବଂ ଜୁନାପାଣି ଗ୍ରାମରେ ଶୁକ୍ରବାର, ଶନିବାର ଓ ସୋମବାର ମଣ୍ଡି ଖୋଲାଯାଇ ଧାନ କିଣାଯାଏ। କିନ୍ତୁ ଜାନୁଆରୀ ଆଠ ତାରିଖ ପର୍ଯ୍ୟନ୍ତ ଠିକ ଠାକ୍ ମଣ୍ଡି ଚାଲିବା ପରେ ବର୍ତ୍ତମାନ ନାମକୁ ମାତ୍ର ମଣ୍ଡି ଚାଲିଛି ଭଳି ଜଣା ପଡ଼ୁଛି। ଧାନ ମଣ୍ଡିରେ ନା ଆସୁଛି ଧାନ ନା ଚାଷୀ ଆସୁଛନ୍ତି। ଏସ ଏଚ ଜି ଓ ଲେମ୍ପ ଧାନ କିଣୁଥିବା ବେଳେ ମଣ୍ଡି ରେ କାହାର ଦେଖା ନାଇଁ। ଏବିଷୟରେ ଡାବୁଗାଁ ଲ୍ୟାମ୍ପ ଏମଡି କୁ ପଚାରିବାରୁ ଧାନ ମଣ୍ଡିକୁ ଆସୁନି ଚାଷି ଧାନକୁ ସିଧା ମିଲ ଗୁଡିକରେ ନେଉଛନ୍ତି ବୋଲି କହିବ ସହ ଟାର୍ଗେଟ ମଧ୍ୟ୍ୟ ଠିକସେ ଆସୁନଥିବା ଅଭିଯୋଗ କରିଛନ୍ତି। କିନ୍ତୁ ଦୁଃଖର ବିଷୟ ମଣ୍ଡି ହେବା ସ୍ଥାନରେ କେବେ ହେଲେ ଚାଷି ଡାବୁଗାଁ ଲ୍ୟାମ୍ପ ଏମଡି କୁ ଦେଖି ନାହାନ୍ତି। ସବୁଠୁ ଗୁରୁତ୍ୱ ପୂର୍ଣ୍ଣ କଥା ଚାଷୀଙ୍କୁ ଠାରୁ ୫/୬କେଜି କଟଣି ଛଟଣି କରାଯାଉଛି। ଓ ଚାଷୀଙ୍କ ନିରୀହତାର ସୁଯୋଗ ନେଇ ତାକେନ ଗ୍ରହଣ ପୂର୍ବରୁ ସରକାରୀ ଦସ୍ତାବିଜରେ ଖାଲି ସ୍ଥାନରେ ହସ୍ତାକ୍ଷର କରାଯାଉଛି ଏବଂ ଟିପ ଚି଼ହ୍ନ ନିଆଯାଉଛି। ଯଦି ମଣ୍ଡି ରେ ଧାନ କିଣା ନ ହୋଇ ସିଧା ସଳଖ ମିଲକୁ ଯାଉଛି ତେବେ ଲ୍ୟାମ୍ପ ଓ ଏସ ଏଚ ଜି ଗ୍ରୁପ ର ଧାନ ମଣ୍ଡିରେ କାମ କଣ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।ଏସ ଏସ ଜି ଗ୍ରୁପ, ଲ୍ୟାମ୍ପ ଓ ମିଳେର୍ସ ମାନଙ୍କ ଟାର୍ଗେଟ ଲିଷ୍ଟ କଣ ପାଈଁ ପବ୍ଲିକକୁ ଜଣା ହେଉ ନାହିଁ ଏହା ଏକ ବଡ଼ ପ୍ରଶ୍ନ ଅଟେ।ଠିକ ଭାବରେ ମଣ୍ଡି ଚଳାଇବା ସହ ଅନିୟମିତତା ସ୍ପଷ୍ଟ ଜଣା ପଡ଼ୁଚି। ଉଚିତ ତଦନ୍ତ ପାଇଁ ସାଧାରଣରେ ଦାବି ହେଉଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!