କୁସୁମବନ୍ଧ ଠାରେ ଗଣ୍ଡଗୋଳ ହୋଇ ଛୁରାମାଡ ଘଟଣା, ୨ ଗିରଫ

ନବରଙ୍ଗପୁର(ମିହିର ଶଙ୍କର ପାତ୍ର),,୩।୩:-ଡାବୁଗାଁ ବ୍ଲକ ର ଚଚରାଗୁଡା ପଞ୍ଚାୟତ ଅଧିନ କୁସୁମବନ୍ଧ ଗ୍ରାମର ଶିବ ମନ୍ଦିର ଠାରେ ଯାତ୍ରା ଦେଖିବା ସମୟରେ ଗଣ୍ଡଗୋଳ ହୋଇ ଛୁରା ମାଡ ଘଟଣାରେ ଡାବୁଗାଁ ପୋଲିସ ସୋମବାର ୨ ଜଣ ଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରିଛି | ସୂଚନାଯୋଗ୍ୟ:- ଡାବୁଗାଁ ବ୍ଲକ ର ଚଚରାଗୁଡା ପଞ୍ଚାୟତ ଅଧିନ କୁସୁମବନ୍ଧ ଗ୍ରାମର ଶିବ ମନ୍ଦିର ଠାରେ ଶନିବାର ଦିନ ଶିବରାତ୍ରି ପାଳନ ହୋଇଥିଲା | ରାତ୍ରିରେ ଭକ୍ତ ମାନଙ୍କ ମନୋରଞ୍ଜନ ନିମନ୍ତେ ସାଂସ୍କୃତିକ କାର୍ଯ୍ୟକ୍ରମ ଆଦିବାସୀ ନାଟକ ଚାଲିଥିଲା । କୁସୁମବନ୍ଧ ଗ୍ରାମର ଆସମନ ଗୌଡ, ରଞ୍ଜିତ ମାଝି ଓ ଧନସାଏ ଗୌଡ ନାଟକ ଦେଖିବା ପାଈଁ ଯାଇଥିଲେ । ନାଟକ ଦେଖୁଥିବା ବେଳେ ରାତ୍ରୀ ପ୍ରାୟ ୩ ଘ. ସମୟରେ ଚଚରାଗୁଡ଼ା ଗ୍ରାମର ତାନ୍ତିପାଲ ପନକା ଓ ଦାସ ପନକା ମଦ ପିଇ ଅସଭ୍ୟ ଭାଷାରେ ଗାଳି ଗୁଲଜ କରି ଲୋକ ମାନଙ୍କୁ ଠେଲା ପେଲା କରୁଥିଲେ | ସେହି ସମୟରେ କୁସୁମବନ୍ଧ ଗ୍ରାମର ଆସମନ ଗୌଡ, ରଞ୍ଜିତ ମାଝୀ ଓ ଧନସାଏ ଗୌଡ ସେମାଙ୍କୁ ବୁଝାଉଥିଲେ | ସେହି ସମୟରେ ତାନ୍ତିପାଲ ପନକା ଉତ୍ୟକ୍ତ ହୋଇ ଏକ ଛୁରା ସାହାଯ୍ୟରେ ରଞ୍ଜିତ ମାଝୀ (୨୩) ଓ ଧନସାଏ ଗୌଡ(୨୭)ଙ୍କୁ ଆକ୍ରମଣ କରିଥିଲେ | ଫଳରେ କୁସୁମବନ୍ଧ ଗ୍ରାମର ରଞ୍ଜିତ ମାଝୀ ଓ ଧନସାଏ ଗୌଡ ଙ୍କ ପେଟରେ ଛୁରି ବାଜି ଆହତ ହୋଇଥିବା ବେଳେ ଆସମନ ଙ୍କ ହାତରେ ଆଘାତ ଲାଗିଥିଲା | ଏନେଇ ଆହତ ଆସମନ ଗୌଡ ଚଚରାଗୁଡ଼ା ଗ୍ରାମର ତନ୍ତିପାଲ ପନକା ଓ ଦାସ ପନକା ଥାନାରେ ଏତଲା ଦେଇଥିଲେ | ଏନେଇ ଥାନା କେସ ନଂ ୩୪/୨୫ ଏକ ମାମଲା ରୁଜୁ କରାଯାଇଥିଲା | ଏଥିରେ ସମ୍ପୃକ୍ତ ତାନ୍ତିପାଲ ପନକା (୩୨) ଓ ତାଙ୍କ ଭାଇ ଦାସ ପନକା (୨୫) ଙ୍କୁ ସୋମବାର ପୋଲିସ ଗିରଫ କରିଥିଲା | ଆଜି ଅପରାହ୍ନରେ ୨ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି ଏବଂ ତାନ୍ତିପାଲ ଙ୍କ ଠାରୁ ରକ୍ତ ଲାଗିଥିବା ଛୁରୀ, ଏକ ନକଲି ସାପ, ଓଡିଶା ନିୟୁଜ ଟିଭି ୱେବ ଚ୍ୟାନେଲର ଲୋଗ, ମାଇକ ଓ ପରିଚୟ ପତ୍ର ଜବତ କରାଯାଇଛି ବୋଲି ତଦନ୍ତକାରୀ ଅଧିକାରୀ ସବଇନିସ୍ପେକ୍ଟର ଚନ୍ଦନ ସାହୁ ସୂଚନା ଦେଇଛନ୍ତି |

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!