ବଜାରକୁ ଆସିପାରେ Electric Cycle

ନୂଆଦିଲ୍ଲୀ ,୩।୩:ଭାରତର ସର୍ବବୃହତ ଟେଲିକମ୍ କମ୍ପାନୀ ଜିଓ ନିଜର ଇଲେକ୍ଟ୍ରିକ୍ ବାଇ-ସାଇକେଲ୍ ଲଞ୍ଚ କରିପାରେ ବୋଲି ଚର୍ଚ୍ଚା ହେଉଛି। ଟେଲିକମ୍ୟୁକେଶନ କ୍ଷେତ୍ରରେ ବିପ୍ଳବ ଆଣିଥିବା JIO ଏବେ ସମସ୍ତ କ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରୁଛି। ପୋଷାକଠାରୁ ପେଟ୍ରୋଲ ପର୍ଯ୍ୟନ୍ତ JIO ବ୍ରାଣ୍ଡ ବିନା ଅନ୍ୟ କୌଣସି ଅପ୍ସନ ନାହିଁ। ଏବେ ଜିଓ ଆଉ ଏକ ନୂଆ ପଦକ୍ଷେପ ନେବାକୁ ଯାଉଛି। ଇଲେକ୍ଟ୍ରିକ୍‌ ସାଇକେଲ ନିର୍ମାଣ କ୍ଷେତ୍ରରେ ମାର୍କେଟକୁ ପ୍ରବେଶ କରିବାକୁ ଯୋଜନା କରୁଛି। ରିଲାଏନ୍ସ ଜିଓ ଇଲେକ୍ଟ୍ରିକ୍‌ ସାଇକେଲ ପ୍ରସ୍ତୁତି କରି ବଜାର ପ୍ରବେଶ କରିବାକୁ ଯୋଜନା କରୁଥିବା ଜଣାପଡ଼ିଛି।ଯାହା ଖୁବ କମ ଦରରେ ମିଳିବା ସହ ଅଧିକ ରେଞ୍ଜ ଓ ଅଧିକ ଫିଚରରେ ଲଞ୍ଚ ହେବ। ଏହି ସାଇକଲ ସହାୟତାରେ  ଜିଓ EV ବଜାରରେ ପ୍ରବେଶ କରିବାକୁ ଯାଉଛି ବୋଲି ଜଣା ପଡିଚି। ତେବେ ଏନେଇ କମ୍ପାନୀ ସ୍ପଷ୍ଟ ସୂଚନା ଦେଇ ନଥିବା ବେଳେ ଗଣମାଧ୍ୟମରେ ଏହା ଚର୍ଚ୍ଚା ହେଉଛି।ସ୍ପୋର୍ଟି ଏବଂ ଷ୍ଟାଇଲିସ୍ ଡିଜାଇନ୍ ବିଶିଷ୍ଟ, ଏହି ସାଇକେଲରେ ଏକ ଦୃଢ଼ ଷ୍ଟିଲ୍ ଫ୍ରେମ୍ ସହ ଆରାମଦାୟକ ସିଟ୍ ରହିବ। ଏହାସହ ଏଥିରେ LED ଲାଇଟ୍ ଏବଂ ଡିଜିଟାଲ୍ ଡିସ୍ପ୍ଲେ ମଧ୍ୟ ରହିବ, ଯାହା ଏହାକୁ ଅଧିକ ଆକର୍ଷଣୀୟ ଲୁକ୍ ଦେବ।ସାଇକଲରେ ଅନେକ ଫିଚର ରହିବ। ଯେପରି ଏହା ଗୋଟିଏ ଚାର୍ଜିଂରେ ୮୦ ରୁ ୧୦୦ କିଲୋମିଟର ଦୂରତା ଅତିକ୍ରମ କରିପାରିବ। ଏଥିରେ GPS ଟ୍ରାକିଂ, ସ୍ମାର୍ଟ କନେକ୍ଟିଭିଟି, ରିଭର୍ସ ମୋଡ୍ ଭଳି ଆଧୁନିକ ଫିଚର ରହିବ। ସେହିପରି ଏହି ସାଇକଲଟି ସମ୍ପୂର୍ଣ୍ଣ ଓ୍ବାଟର ପ୍ରୁଫ ମଧ୍ୟ ରହିବ। ଏହି ସାଇକଲରେ ଏକ ଲିଥିୟମ ଆୟନ ବ୍ୟାଟେରୀ ଲାଗିଥିବା ବେଳେ ଏହା ମାତ୍ର ୩ ଘଣ୍ଟାରେ ଫୁଲ ଚାର୍ଜ ହୋଇଯିବ।ତେବେ ଜିଓ ପକ୍ଷରୁ ଏହାର ମୂଲ୍ୟ ସମ୍ପର୍କରେ କିଛି ସୂଚନା ମିଳି ନାହିଁ। ହେଲେ JIO ଯେପରି ନିଜ ଦର ପ୍ରତିନ୍ଦ୍ୱନ୍ଦୀଙ୍କ ଠାରୁ କମ ରଖିଥାଏ, ତାହାକୁ ଦେଖି ଅନୁମାନ କରାଯାଉଛି ଏହା ୨୫ରୁ ୩୫ ହଜାର ଟଙ୍କା ମଧ୍ୟରେ ବଜାରରେ ଉପଲବ୍ଧ ହୋଇପାରେ। ଯାହା ସବୁ ବର୍ଗର ଲୋକଙ୍କୁ ସୁହାଇବ।ତେବେ ଏହା କେବେ ମାର୍କେଟକୁ ଆସିବ ଜଣାପଡି ନଥିବା ବେଳେ। ଏହାକୁ ଖୁବଶୀଘ୍ର ଜିଓ ତରଫରୁ ଲଞ୍ଚ କରାଯାଇ ଗ୍ରାହକଙ୍କ ପାଇଁ ଉପଲବ୍ଧ କରାଯିବ ବୋଲି ଆଶା କରାଯାଉଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!