ରଥଯାତ୍ରା ପାଇଁ ପ୍ରଥମ ପ୍ରସ୍ତୁତି ବୈଠକ

ଭୁବନେଶ୍ବର,୩।୩: ଆସନ୍ତା ରଥଯାତ୍ରା ପାଇଁ ଏବେ ଠାରୁ ପ୍ରସ୍ତୁତି ଆରମ୍ଭ କଲାଣି ପ୍ରଶାସନ । ତେବେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରାଙ୍କୁ ଶୃଙ୍ଖଳିତ କରିବା ପାଇଁ ପ୍ରଶାସନ ଅଣ୍ଟା ଭିଡିଛି । ଆଜି ପ୍ରସ୍ତୁତି ବୈଠକ ବସିଥିବା ବେଳେ ରଥଯାତ୍ରା ପାଇଁ ହେବ ସ୍ବତନ୍ତ୍ର ‘ଆପ୍‌’ ବ୍ୟବସ୍ଥା । ବୈଠକ ପରେ ସୂଚନା ଦେଲେ ପୁରୀ ଜିଲ୍ଲାପାଳ ।ସବୁ ବିଭାଗର ତଥ୍ୟକୁ ନେଇ ‘ଆପ୍‌’ ପ୍ରସ୍ତୁତ ହେବ କହିଲେ ଜିଲ୍ଲାପାଳ । ଏଥିରୁ ସାଧାରଣ ଭକ୍ତ ସବିଶେଷ ତଥ୍ୟ ପାଇପାରିବେ ।ପ୍ରତିବର୍ଷ କୋଟି କୋଟି ଭକ୍ତ ରଥଯାତ୍ରା ଦେଖିବାକୁ ବଡ଼ଦାଣ୍ଡରେ ଜମା ହେଉଥିବାବେଳେ ସେମାନଙ୍କ ଉପରେ ନଜର ରଖିବ ଏହି ସ୍ୱତନ୍ତ୍ର କ୍ୟାମେରା ।୧୫ ଦିନ ଭିତରେ ତଥ୍ୟ ଦେବାକୁ ସବୁ ବିଭାଗକୁ କୁହାଯାଇଛି । ରଥଯାତ୍ରା ବେଳେ ସମ୍ବେଦନଶୀଳ ସ୍ଥାନରେ AI କ୍ୟାମେରା ଲାଗିବ ବୋଲି ମଧ୍ୟ ପୁରୀ ଜିଲ୍ଲାପାଳ କହିଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!