କେନ୍ଦ୍ରାପଡ଼ା,୬।୩: ପଟ୍ଟାମୁଣ୍ଡାଇ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ସାନଜରିଆ ସ୍ଥିତ ପ୍ରାଥମିକ ସ୍ବାସ୍ଥ୍ୟ ପକ୍ଷରୁ ଯକ୍ଷ୍ମା ରୋଗୀଙ୍କୁ ପୌଷ୍ଟିକ ପୋଷଣ ପ୍ରଦାନ କରାଯାଇଛି। ସାନଜରିଆ ସ୍ଥିତ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରର ଡାକ୍ତର ପ୍ରଦୀପ କୁମାର ଚମ୍ପତ୍ତି, ପ୍ରଭାତ ରଞ୍ଜନ ଦାସ, ରଜନୀକାନ୍ତ ସୂତାର, ସାଗରିକା ବେହେରା, ଶରତ ଚନ୍ଦ୍ର ଗାହଣ, ମହେଶ୍ବର ଦାସ, ସରୋଜ ପଟ୍ଟନାୟକ, ମନୋରଞ୍ଜନ ସୂତାର ପ୍ରମୁଖ କର୍ମଚାରୀ ସ୍ବେଚ୍ଛାକୃତ ଭାବେ ଗଙ୍ଗାରାମପୁର ପଞ୍ଚାୟତର ଦୁଇଜଣ ଯକ୍ଷ୍ମା ରୋଗୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ କ୍ରମେ ପୌଷ୍ଟିକ ପୋଷଣ ପ୍ରଦାନ କରିଛନ୍ତି। ସେହିଭଳି ପଟ୍ଟାମୁଣ୍ଡାଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପୌଷ୍ଟିକ ପୋଷଣ ପ୍ରଦାନ କରାଯାଇଛି। ଡାକ୍ତର ନିରାକାର ପରିଡାଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମଧୁଛନ୍ଦା ମହାପାତ୍ର ସହାୟତା କରିଥିଲେ। ସୂଚନାଥାଉକି ପ୍ରଧାନମନ୍ତ୍ରୀ ୨୦୨୫ ସୁଦ୍ଧା ଯକ୍ଷ୍ମା ରୋଗ ମୂଳୋତ୍ପାଟନ କରିବା ଉଦ୍ଦେଶ୍ୟରେ ଜନ ଭାଗିଦାରୀର ପ୍ରତ୍ୟକ୍ଷ ସମ୍ପୃକ୍ତି ନିମନ୍ତେ ଯୋଜନା ଆରମ୍ଭ କରିଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |