ନବରଙ୍ଗପୁର ( ମିହିର ଶଙ୍କର ପାତ୍ର, ),୬।୩:-ଡାବୁଗାଁ ସରକାର ବିଭିନ୍ନ ନୀତି ନିୟମ କରି ମନରେଗା ରେ ସ୍ୱଚ୍ଛତା ପାଇଁ ପ୍ରୟାସ ଜାରି ରଖିଛନ୍ତି। କିନ୍ତୁ ଚୋର ର ସହେ ବାଟ ଭଳି ବିଭିନ୍ନ ଉପାୟ କରି ମନରେଗା ଟଙ୍କା ଲୁଟ କରିବା ପାଇଁ ସରକାରୀ ଅଧିକାରୀ ପ୍ରୟାସ ଜାରି ରଖିଛନ୍ତି। ଏହିଭଳି ଏକ ଘଟଣା ଘଟିଛି ଡାବୁଗାଁ ବ୍ଲକ ଡଙ୍ଗରିଗୁଡ଼ା ପଂଚାୟତ ଠାରେ। କାମ ର ବିଲ ଆଗ ହୋଇଛି ଓ ପରେ କାମ କରାଯାଇଛି। ତାହା ବି ଜେସିବି ମେସିନ ଦ୍ବାରା। 2023 /24 ଆର୍ଥିକ ବର୍ଷ ରେ। ଡଙ୍ଗରିଗୁଡ଼ା ହାଟପଦା ଠାରୁ ଦୂର୍ବଲ୍ ତୋଟା ପର୍ଯ୍ୟନ୍ତ ଟ୍ରେଞ୍ଚ ଓ କଲ୍ଭର୍ଟ ନିର୍ମାଣ ପାଇଁ 10ଲକ୍ଷ ଟଙ୍କା କୋଡ ନମ୍ବର 10890813 କାମ ଗୃହୀତ ହୋଇଛି। ଏହି କାର୍ଯ୍ୟ ପାଇଁ ଟ୍ରେଞ୍ଚ ବଦଳରେ ରାସ୍ତା କରାଯାଇଛି ଓ କାଲ୍ଭର୍ଟ କାମ ଆରମ୍ଭ ହୋଇନାହିଁ। କିନ୍ତୁ ପ୍ରାୟ ପନ୍ଦର ଦିନ ପୂର୍ବେ ଜେଶିବି ମେସିନ ରେ ହୋଇଥିବା କାମର ବିଲ ବହୁ ପୂର୍ବରୁ ହୋଇ ସାରିଛି। ଲେବର୍ ର 2ଲକ୍ଷ 97ହଜାର 688 ଟଙ୍କା ଓ ମେଟରିଆଲ ର 5ହଜାର ଟଙ୍କା ର ବିଲ ଗତ 23/ 09/ 2024 , 19/ 10/ 2024, ଓ 08/ 11/ 2024 ରେ ହୋଇଥିବା ବିଶେଷ ସୂତ୍ରରୁ ଜଣା ପଡ଼ିଛି। ଏହି କାର୍ଯ୍ୟ ବିଭାଗୀୟ ଅଧିକାରୀ ଙ୍କ ଦ୍ଵାରା ହେଇଥିବା ବେଳେ ଏହି କାର୍ଯ୍ୟ ରେ ଅନିୟମିତତା ହୋଇଥିବା ସ୍ପଷ୍ଟ ଜଣା ପଡ଼ୁଚି। ତେଣୁ ଉଚିତ୍ ତଦନ୍ତ କରାଯିବା ପାଇଁ ସାଧାରଣରେ ଦାବି ହେଉଛି। ଏଭଳି ହରି ଲୁଟ କରି ମାଲେମାଲ ହେଉଛନ୍ତି ବ୍ଲକରେ କାର୍ଯ୍ୟରତ ସରକାରୀ ବାବୁ ମାନେ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |