କଟକ,୮ା୩ :ସୁପ୍ରିମକୋର୍ଟ ଏବଂ ହାଇକୋର୍ଟ ବ୍ୟତୀତ ଅନ୍ୟ ସମସ୍ତ କୋର୍ଟରେ ରାଜ୍ୟ ଆଇନଜୀବୀ ପରିଷଦର ଆଇନଜୀବୀମାନଙ୍କ ନିମନ୍ତେ ଗ୍ରୀଷ୍ମକାଳୀନ ପୋଷାକ ସଂକ୍ରାନ୍ତୀୟ ନିର୍ଦ୍ଦେଶନାମା ଶୁକ୍ରବାର ଜାରି କରାଯାଇଛି। ଅତ୍ୟନ୍ତ ଗରମ ତଥା ଅସମ୍ଭାଳ ତାତିକୁ ଦୃଷ୍ଟିରେ ରଖି ରାଜ୍ୟ ଆଇନଜୀବୀ ପରିଷଦ ଗ୍ରୀଷ୍ମ ସମୟରେ ଆଇନଜୀବୀଙ୍କ ନିମନ୍ତେ ସାଧାରଣତଃ ପରିଧାନ କରାଯାଉଥିବା ବୃତ୍ତିଗତ ପୋଷାକ ନିୟମରେ ବାର୍ କାଉନ୍ସିଲ ଅଫ୍ ଇଣ୍ଡିଆ ଅଧିନିୟମ ଅନୁଯାୟୀ କୋହଳ ନିଷ୍ପତ୍ତି ନେଇଛନ୍ତି। ସୁପ୍ରିମ୍କୋର୍ଟ ଓ ହାଇକୋର୍ଟ ବ୍ୟତୀତ ଜିଲା ତଥା ଅନ୍ୟ କୋର୍ଟଗୁଡିକରେ ଆଇନଜୀବୀଙ୍କ ପାଇଁ ଆଡ୍ଭୋକେଟ୍ ଗାଉନ୍ ପରିଧାନ ଇଚ୍ଛାଧୀନ କରାଯାଇଛି। ତେଣୁ ଗ୍ରୀଷ୍ମଋତୁରେ ସୁପ୍ରିମକୋର୍ଟ ଏବଂ ହାଇକୋର୍ଟ ବ୍ୟତୀତ ଜିଲା ତଥା ଅନ୍ୟ କୋର୍ଟରେ ଧଳା ଶାର୍ଟ, କଳା ପ୍ୟାଣ୍ଟ କିମ୍ବା କଳାଧଳା ଗାରଯୁକ୍ତ କିମ୍ବା ଧୂସର ରଙ୍ଗର ପ୍ୟାଣ୍ଟ ଏବଂ ଧଳା ଟାଇ (ଗଳାବନ୍ଧ) ଓ କଲାର ବ୍ୟବହାର କରିପାରିବେ। ଏହି ପୋଷାକ ସମ୍ବନ୍ଧୀୟ ନିୟମ ଏପ୍ରିଲ ୬ରୁ ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |