ନୂଆଦିଲ୍ଲୀ,,୮।୩:ଚନ୍ଦ୍ରରେ ପାଣିର ସନ୍ଧାନ ପାଇଛି ଚନ୍ଦ୍ରଯାନ-୩। ଚନ୍ଦ୍ରରେ ପାଣି ଗଚ୍ଛିତ ଅଛି କି ନାହିଁ ତାକୁ ନେଇ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ତଥ୍ୟ ପ୍ରକାଶ ପାଇଛି। ମାତ୍ର ଇସ୍ରୋର ଚନ୍ଦ୍ରଯାନ-୩ ଅଭିଯାନରେ ମିଳିଥିବା ତଥ୍ୟ ଅନୁଯାୟୀ ଚନ୍ଦ୍ରରେ ବିପୁଳ ପରିମାଣର ପାଣି ବରଫ ଆକାରରେ ଗଚ୍ଛିତ ରହିଛି। ଏପରିକି ଏହି ପାଣିକୁ ବ୍ୟବହାର କରାଯାଇପାରିବ ବୋଲି କୁହାଯାଇଛି। ୨୦୨୩ ଅଗଷ୍ଟ ୨୩ରେ ଚନ୍ଦ୍ରଯାନ-୩ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫଳତାର ସହ ଅବତରଣ କରିଥିଲା। ଏହି ସମୟରେ ଚନ୍ଦ୍ରଯାନ-୩ ତାପମାତ୍ରା ସମ୍ପର୍କିତ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଦେଇଥିଲା ଯାହା ସୂଚିତ କରୁଛି ଯେ ଚନ୍ଦ୍ରପୃଷ୍ଟର ତଳେ ବହୁମାତ୍ରାରେ ବରଫ ଗଚ୍ଛିତ ଅଛି। ଚନ୍ଦ୍ରଯାନ-୩ ଦ୍ବାରା ପ୍ରେରିତ ବିଭିନ୍ନ ତଥ୍ୟ ଉପରେ ଗବେଷଣା କରୁଥିବା ଦଳର ମୁଖ୍ୟ ଦୁର୍ଗାପ୍ରସାଦ କାରନାମ କହିବା ଅନୁଯାୟ ଚନ୍ଦ୍ରର ଦକ୍ଷିଣ ମେରୁରୁ ପୃଷ୍ଠ ତଳେ ବରଫ ଥିବା କାରଣରୁ ଅଞ୍ଚଳ ଭିତ୍ତିରେ ଚନ୍ଦ୍ରପୃଷ୍ଠର ତାପମାତ୍ରାରେ ପାର୍ଥକ୍ୟ ରହୁଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |