ନୂଆଦିଲ୍ଲୀ,୮।୩: ସାରା ବିଶ୍ୱରେ ଆଜି ଅର୍ଥାତ୍ ୮ ମାର୍ଚ୍ଚରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟ ଗସ୍ତରେ ଯିବେ । ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ସମୟରେ ତାଙ୍କ ସୁରକ୍ଷା ମହିଳାମାନଙ୍କ ହାତରେ ରହିବ ।ଅନ୍ତର୍ଜାତୀୟ ମହିଳା ଦିବସରେ, ପ୍ରଧାନମନ୍ତ୍ରୀ ମୋଦୀ ଗୁଜରାଟର ନବସାରୀ ଜିଲ୍ଲାରେ ମହିଳା ଦିବସ କାର୍ଯ୍ୟକ୍ରମରେ ଏକ ମେଗା ଇଭେଣ୍ଟକୁ ସମ୍ବୋଧିତ କରିବେ । ଏହି ଅବସରରେ ମହିଳା ଶକ୍ତିର ଏକ ଅନନ୍ୟ ଉଦାହରଣ ଦେଖିବାକୁ ମିଳିବ । ସେଠାରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପାଇଁ ମହିଳା ପୋଲିସ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି ।ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ, ପ୍ରଧାନମନ୍ତ୍ରୀ ମୋଦୀ ମହିଳାମାନଙ୍କୁ ସେମାନଙ୍କ ଶକ୍ତି ପାଇଁ ଅଭିନନ୍ଦନ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲ ଏକ୍ସ ରେ ପୋଷ୍ଟ କରି କହିଛନ୍ତି, ମହିଳା ଦିବସରେ ଆମେ ନାରୀ ଶକ୍ତିକୁ ପ୍ରଣାମ କରୁଛୁ! ଆମ ସରକାର ସବୁବେଳେ ମହିଳାମାନଙ୍କୁ ସଶକ୍ତ କରିବା ପାଇଁ କାର୍ଯ୍ୟ କରିଆସିଛି, ଯାହା ଆମର ଯୋଜନା ଏବଂ କାର୍ଯ୍ୟକ୍ରମରେ ପ୍ରତିଫଳିତ ହୁଏ । ଆଜି ପ୍ରତିଶ୍ରୁତି ଅନୁଯାୟୀ, ବିଭିନ୍ନ କ୍ଷେତ୍ରରେ ନିଜର ଛାପ ସୃଷ୍ଟି କରୁଥିବା ମହିଳାମାନେ ମୋର ସୋସିଆଲ ମିଡିଆ ହ୍ୟାଣ୍ଡେଲ ସମ୍ଭାଳିବେ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |