ଭୁବନେଶ୍ୱର, ୨୩।୦୩ : ଖୁବ୍ ଶୀଘ୍ର ତୁଟିବ ମହାନଦୀ ଜଳ ବିବାଦ। କେନ୍ଦ୍ର ସରକାର-ଛତିଶଗଡ଼-ଓଡ଼ିଶା ସରକାର ମିଳିତ ଭାବେ ଆଲୋଚନା କରି ଏହାର ଆପୋସ ସମାଧାନ କରିବେ। ଓଡ଼ିଶା ଗସ୍ତରେ ଆସିଥିବା ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।ଏହି ଅବସରରେ ସେ କହିଛନ୍ତି ଯେ ଟ୍ରିପଲ ଇଞ୍ଜିନ୍ ସରକାର ଲୋକଙ୍କୁ ଉଚିତ ସେବା ଯୋଗାଇ ଦେବାକୁ ସବୁ ପ୍ରକାର ଚେଷ୍ଟା କରିବେ। ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀ ଏହି ବିଷୟ ଉପରେ ଗୁରୁତ୍ୱ ଦେଇ ଶାଧିପୂର୍ଣ୍ଣ ସମାଧାନ ପାଇଁ ରାସ୍ତା ବାହାର କରିବାକୁ ଏକମତ ହୋଇଛନ୍ତି । ଏହି ଅବସରରେ ମୋହନ ମାଝି କହିଛନ୍ତି ଯେ ସୀମାବର୍ତ୍ତୀ ରାଜ୍ୟ ସହିତ ଲାଗି ରହିଥିବା ଜଳ ବିବାଦକୁ ରାଜ୍ୟ ସରକାର ଗୁରୁତ୍ବର ସହିତ ନେଇଛନ୍ତି। ଛତିଶଗଡ଼ ସମେତ ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶକୁ ଲାଗି ରହିଥିବା ନଦୀର ଯେଉଁ ବିବାଦ ଅଛି ତାହାକୁ ସମାଧାନ କରାଯିବ। ଆନ୍ଧ୍ରପ୍ରଦେଶ ସହିତ ଲାଗି ରହିଥିବା ପୋଲାଭରମ୍ ପ୍ରକଳ୍ପ ବିବାଦର ମଧ୍ୟ ପୂର୍ଣଚ୍ଛେଦ ପଡ଼ିବ । ଏହାର ସମାଧାନ ପାଇଁ ରାଜ୍ୟ ସରକାର ଖୁବ୍ ଶୀଘ୍ର ନିଷ୍ପତ୍ତି ନେବେ ବୋଲି ସେ ସୂଚନା ଦେଇଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |