ଜଗତସିଂହପୁର ,,୨୩।୩: ବିସ୍ଫୋରଣରେ ଜଳିଗଲା ବହି ଗୋଦାମ। ଜଗସିଂହପୁର ବାଲିକୁଦା ଥାନା ଜନତା କୋଠି ନିକଟ ବହି ଗୋଦାମରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଲକ୍ଷାଧିକ ଟଙ୍କାର ବହି ଜଳି ପୋଡି ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡରେ ୩ ଜଣ ଗୁରୁତର ହୋଇଛନ୍ତି। ବହି ଗୋଦାମରେ ବିସ୍ଫୋରଣ ଜଳିଗଲା ଲକ୍ଷାଧିକ ଟଙ୍କାର ବହି। ଜଗତସିଂହପୁର ଜନତା କୋଠି ନିକଟରେ ଥିବା ଏକ ବହି ଗୋଦାମରେ ଏହି ବିସ୍ଫୋରଣ ହୋଇଛି । ଏଥିରେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତରମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।ଗତକାଲି ବିଳମ୍ବିତ ରାତିରେ ହଠାତ୍ ବହି ଗୋଦାମରେ ବିସ୍ଫୋରଣରେ ହୋଇଥିଲା। ଏହି ସମୟରେ ଗୋଦାମ ଭିତରେ ୩ ଜଣ ଥିଲେ। ସ୍ଥାନୀୟ ଲୋକ ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ଜଗତସିଂହପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |