ଭୁବନେଶ୍ୱର,୨୪ା୩: ସୋମବାର ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (OERC) ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ନୂତନ ବିଦ୍ୟୁତ ଶୁଳ୍କ ଘୋଷଣା କରିଛି। ବିଦ୍ୟୁତ ଉପଭୋକ୍ତାଙ୍କ ପାଇଁ ବଡ଼ ଘୋଷଣା । ଅପରିବର୍ତ୍ତିତ ରହିଲା ବିଦ୍ୟୁତ ଦର । ଏଥିସହ ୨ କିଲୋ ୱାଟ୍ ପର୍ଯ୍ୟନ୍ତ ଆଉ ଦେବାକୁ ପଡିବନି ମିଟର ଭଡ଼ା । ୨ କିଲୋ ୱାଟ୍ ଯାଏ ସ୍ମାର୍ଟ ମିଟର ରେଣ୍ଟ ଛାଡ଼ ହୋଇଛି । ଯେଉଁ ୬୦ ଟଙ୍କା ରେଣ୍ଟ୍ ଚାର୍ଜ ପଡୁଥିଲା, ଆଉ ପଡ଼ିବନି । ସାମ୍ବାଦିକ ସମ୍ମିଳନୀରେ ସାଧାରଣ ବିଦ୍ୟୁତ ଉପଭୋକ୍ତାଙ୍କ ପାଇଁ ଏହି ବଡ଼ ଘୋଷଣା କରିଛି OERC । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ଏହି ଛାଡ଼ ହୋଇଥିବା ଓଇଆରସି ପକ୍ଷରୁ ସୂଚନା ଦିଆଯାଇଛି । ତେବେ ୨ କିଲୋୱାଟ୍ ଟପିଲେ ମିଟର ରେଣ୍ଟ ଚାର୍ଜ ଦେବାକୁ ପଡ଼ିବ ।OERC ଘୋଷଣା କରିଛି ଯେ, ଡିଜିଟାଲ୍ ପେମେଣ୍ଟରେ ୪ ପ୍ରତିଶତ ରିହାତି ବଳବତ୍ତର ରହିବ । ପ୍ରିପେଡ୍ ବିଲ୍ ପେମେଣ୍ଟ କଲେ ୪ ପ୍ରତିଶତ ରିହାତି ମିଳିବ । ୨ କିଲୋ ୱାଟ୍ ପର୍ଯ୍ୟନ୍ତ ସ୍ମାର୍ଟ ମିଟର ରେଣ୍ଟ ଚାର୍ଜ ଦେବାକୁ ପଡିବନି । ଏଥିସହ ବିଦ୍ୟୁତ ଟାରିଫ୍ ଅପରିବର୍ତ୍ତିତ ରଖିଛି ଓଇଆରସି । ୨୦୨୧-୨୨ ପରଠାରୁ ବିଦ୍ୟୁତ ଟାରିଫ୍ ବୃଦ୍ଧି କରାଯାଇନି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |