ନବରଙ୍ଗପୁର(ମିହିର ଶଙ୍କର ପାତ୍ର), ,୨୪ା୩:ପ୍ରଥମ ଥର ପାଇଁ ଡାବୁଗାଁ ବ୍ଲକ ରେ ଭାରତ ସରକାରଙ୍କ ଦ୍ବାରା ନୋଟାରୀ ପବ୍ଲିକ ନିଯୁକ୍ତି ଦିଆ ଯାଇଛି । ଆଡଭକେଟ୍ ଜୟନ୍ତ କୁମାର ପାତ୍ର ଙ୍କୁ ଏହି ନିଯୁକ୍ତି ମିଳିବା ପରେ ଶୁଭେଚ୍ଛା ର ସୁଅ ଛୁଟିଛି। ଏଥି ପୂର୍ବରୁ କେନ୍ଦ୍ର ସରକାରଙ୍କ ଦ୍ବାରା କୌଣସି ବ୍ୟକ୍ତି ନିଯୁକ୍ତ ନଥିଲେ। ଜୟ ଭାରତ ଅଟ ୟୁନିୟନ, ସାମ୍ବାଦିକ ସଙ୍ଘ,ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀ, ଯୁବକ ସଂଘ, ବୁଦ୍ଧିଜୀବୀ ଓ ସମସ୍ତ ବର୍ଗର ପ୍ରମୁଖ ବ୍ୟକ୍ତି ମାନେ ଶୁଭେଚ୍ଛା ଜଣାଇଛନ୍ତି। ସଂପୂର୍ଣ୍ଣ ନିଷ୍ଠାର ସହ ନିଜ ଦାୟିତ୍ୱ ସମ୍ପନ୍ନ କରିବେ ବୋଲି ଶ୍ରୀ ପାତ୍ର ସୂଚନା ଦେଇଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |