ଭୁବନେଶ୍ୱର,୨୪ା୩: ରାଜଧାନୀ ଭୁବନେଶ୍ୱରରେ ନକଲି ପୋଲିସକୁ ବାନ୍ଧିଛି ଅସଲି ପୋଲିସ। ନିଜକୁ ସବ-ଇନ୍ସପେକ୍ଟର କହି ଚାକିରି ପ୍ରତିଶ୍ରୁତି ଦେଇ ଠକୁଥିବା ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ପୋଲିସ। ଅଭିଯୁକ୍ତ ମାନସ ରଞ୍ଜନ ସେନାପତି ଭଦ୍ରକର ବାସୁଦେବପୁରର ବାସିନ୍ଦା ଏବଂ ଭୁବନେଶ୍ୱରର ମଧୁସୂଦନ ନଗରରେ ରହୁଥିଲେ।ପୋଲିସ ସୂଚନା ଅନୁଯାୟୀ, ମାନସ ନକଲି ପୋଲିସ ପରିଚୟପତ୍ର ଦେଖାଇ ଲୋକଙ୍କୁ ଚାକିରି ପ୍ରତିଶ୍ରୁତି ଦେଇ ପ୍ରଲୋଭିତ କରୁଥିଲେ। ଗିରଫ ସମୟରେ, ପୋଲିସ ତାଙ୍କ ନିକଟରୁ ଏକ ପୋଲିସ ପୋଷାକ, ନକଲି ନିଯୁକ୍ତିପତ୍ର, ₹2 ଲକ୍ଷରୁ ଅଧିକ ମୂଲ୍ୟର ନକଲି ମୁଦ୍ରା, ଏକ ନକଲି ପୋଲିସ ପରିଚୟପତ୍ର, ଏକ କାର ଏବଂ ଏକ ମୋବାଇଲ ଫୋନ୍ ଜବତ କରିଛି। ମାନସ ଅନେକ ଲୋକଙ୍କୁ ଚାକିରି କରାଇଦେବେ ବୋଲି ମିଛ କହି ଠକିଥିଲା। ଗତକାଲି ରାତିରେ ସହିଦ ନଗର ଅଞ୍ଚଳରେ ଏକ ଯାଞ୍ଚ ଅଭିଯାନ ସମୟରେ ତାଙ୍କୁ ଗିରଫ କରାଯାଇଥିଲା।ତେବେ ସେ କେତେ ଲୋକଙ୍କୁ ଠକିଛି ଏବଂ ସେ କେତେ ଟଙ୍କା ଠକିଛି ତାହାର ତଦନ୍ତ କରୁଛି ପୋଲିସ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |