ଖୁବଶୀଘ୍ର ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତଙ୍କୁ ମିଳିବ ଟଙ୍କା

ଭୁବନେଶ୍ବର ୨୪/୩: ଖୁବ୍‌ ଶୀଘ୍ର ନିଜ ଟଙ୍କା ଫେରିପାଇବେ ଚିଟଫଣ୍ଡ କ୍ଷତିଗ୍ରସ୍ତ । ନୂଆ ନିର୍ଦେଶାବଳୀ ପ୍ରସ୍ତୁତ କରୁଛନ୍ତି ସରକାର । ଟଙ୍କା ଫେରସ୍ତ ପ୍ରକ୍ରିୟାକୁ ସରଳୀକରଣ କରିବାକୁ ସରକାର ପଦକ୍ଷେପ ନେଉଛନ୍ତି । ଚିଟଫଣ୍ଡ ଟଙ୍କା ଫେରସ୍ତ ସଂପର୍କିତ ଏକ ପ୍ରଶ୍ନର ଲିଖିତ ଉତ୍ତର ରଖି ବିଧାନସଭାରେ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ କହିଛନ୍ତି, ”ନୂଆ ସରକାର ଟଙ୍କା ଫେରସ୍ତ ପ୍ରକ୍ରିୟାକୁ ସରଳୀକରଣ କରିବେ । ଏଥିପାଇଁ ନୂଆ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରୁଛୁ । ଏଯାବତ ୯୬ ହଜାର ୪୭୪ କ୍ଷତିଗ୍ରସ୍ତଙ୍କୁ ୪୫ କୋଟି ୯୬ ଲକ୍ଷ ଫେରସ୍ତ ହୋଇଛି । ଅବଶିଷ୍ଟ ଜମାକାରୀଙ୍କୁ ଫେରସ୍ତ ପାଇଁ ତ୍ବରିତ ପଦକ୍ଷେପ ନିଆଯାଉଛି ।”ନିର୍ଦେଶାବଳୀ ପ୍ରସ୍ତୁତ ପରେ ଟଙ୍କା ଫେରିପାଇବେ କ୍ଷତିଗ୍ରସ୍ତ ଜମାକାରୀ । ମୁଖ୍ୟମନ୍ତ୍ରୀ ବିଧାନସଭାରେ ଏହି ତଥ୍ୟ ରଖିବା ପରେ ସରକାରଙ୍କ ଆଭିମୁଖ୍ୟକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ  । ବିଜେଡି ବିଧାୟକ ଶାରଦା ଜେନା କହିଛନ୍ତି ସରକାରକୁ ଆସିବା ଆଗରୁ ବିଜେପି କହିଥିଲା ଯେ କ୍ଷମତାକୁ ଆସିବାର ୩ମାସରେ ଲୋକଙ୍କୁ   ଚିଟଫଣ୍ଡ ଟଙ୍କା ଫେରାଇବୁ । ସରକାରଙ୍କୁ ୯ମାସ ପୂରିଲାଣି ତଥାପି ଲୋକେ ଟଙ୍କା ପାଇଲେନି । ଏବେ ସରକାର କହିଲେଣି ନୂଆ ନିର୍ଦ୍ଦେଶାବଳୀ ଆଣିବେ । ସରକାର ନିଜ ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ ବୋଲି କହିଛି ବିଜେଡି । ସେପଟେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି ନିର୍ବାଚନ ବେଳେ କେବଳ ବାହାସ୍ଫୋଟ ମାରୁଥିଲେ, ଆଉ ଆଜି ବି ମାରୁଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!