ବଢ଼ିଲା ସାଂସଦଙ୍କ ଦରମା ଓ ଭତ୍ତା

ନୂଆଦିଲ୍ଲୀ,୨୪।୩: କେନ୍ଦ୍ର ସରକାର ସୋମବାର ଏମ୍‌ପିଙ୍କ ଦରମା ବୃଦ୍ଧି ଘୋଷଣା କରିଛନ୍ତି। ୧ ଏପ୍ରିଲ ୨୦୨୩ରୁ ଏମପିମାନେ ୧ ଲକ୍ଷ ଟଙ୍କା ବଦଳରେ ୧.୨୪ ଲକ୍ଷ ଟଙ୍କା ଦରମା ପାଇବେ। ସରକାରଙ୍କ ଦ୍ୱାରା ଏମ୍‌ପିଙ୍କ ପେନସନ ଏବଂ ଭତ୍ତା ବଢିଲା  । କେନ୍ଦ୍ର ସରକାର ସାଂସଦମାନଙ୍କ  ଦରମା ଓ ଭତ୍ତା ୨୪ ପ୍ରତିଶତ ବୃଦ୍ଧି କରିଛନ୍ତି । ଏହାସହିତ ସାଂସଦଙ୍କ ପେନସନ ମଧ୍ୟ ବୃଦ୍ଧି ପାଇଛି । ସାଂସଦଙ୍କ ମୂଳ ଦରମା ୧ ଲକ୍ଷରୁ ୧ ଲକ୍ଷ ୨୪ ହଜାର ଟଙ୍କାକୁ ବୃଦ୍ଧି ହୋଇଛି । ସେହିପରି ଦୈନିକ ଭତ୍ତା ୨୦୦୦ରୁ ୨୫୦୦କୁ ବଢାଇଛନ୍ତି କେନ୍ଦ୍ର ସରକାର ।ପୂର୍ବତନ ସାଂସଦଙ୍କ ପେନସନ ୨୫ ହଜାର ଟଙ୍କାରୁ ୩୧ ହଜାର ଟଙ୍କାକୁ ବୃଦ୍ଧି ପାଇଛି । ଏହି ବର୍ଦ୍ଧିତ ରାଶି ୨୦୨୩ ଏପ୍ରିଲ ୧ ତାରିଖରୁ ପିଛିଲା ଭାବେ ଲାଗୁ ହେବ । ସଂସଦରେ ଏହି ଦରମା ବୃଦ୍ଧି ପ୍ରସ୍ତାବଙ୍କୁ ଉଭୟ ଶାସକ ଓ ବିରୋଧୀ ସମର୍ଥନ କରିଛନ୍ତି । ଏନେଇ ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି ।

  • ସାଂସଦଙ୍କ ଦରମା ୧ ଲକ୍ଷରୁ ୧ ଲକ୍ଷ ୨୪ ହଜାର ଟଙ୍କାକୁ ବୃଦ୍ଧି
  • ସାଂସଦଙ୍କ ଦୈନିକ ଭତ୍ତା ୨ ହଜାରରୁ ୨୫୦୦କୁ ବୃଦ୍ଧି
  • ପୂର୍ବତନ ସାଂସଦଙ୍କ ପେନସନ୍ ୨୫ ହଜାରରୁ ୩୧ ହଜାରକୁ ବୃଦ୍ଧି
  • ୨୦୨୩ ଏପ୍ରିଲ ୧ ତାରିଖରୁ ପିଛିଲା ଭାବେ ଲାଗୁ ହେବ

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!