ଗୃହରେ ବିରୋଧୀଙ୍କ ହଟ୍ଟଗୋଳ : ସାଢ଼େ ୧୧ଟା ପର୍ଯ୍ୟନ୍ତ ଗୃହ ମୁଲତବୀ

ଭୁବନେଶ୍ବର,୨୫ା୩:   ଆଜି ବି ବିଧାନସଭାରେ ସମାନ ସ୍ଥିତି ଦେଖିବାକୁ ମିଳିଛି। ପ୍ରଶ୍ନକାଳ ଆରମ୍ଭ ହେଲା ମାତ୍ରେ କଂଗ୍ରେସ ସଭ୍ୟମାନେ ଗୃହ ମଧ୍ୟ ଭାଗକୁ ମାଡ଼ି ଯାଇଥିଲେ। ଘଣ୍ଟ ଓ ବଂଶୀ ବଜାଇବା ଆରମ୍ଭ କରିଥିଲେ। ଏହାପରେ ବାଚସ୍ପତି ସେମାନଙ୍କୁ ନିଜ ସ୍ଥାନକୁ ଯିବା ଲାଗି ନିବେଦନ କରିଥିଲେ। ହେଲେ ସେଥିପ୍ରତି ସେମାନେ କର୍ଣ୍ଣପାତ କରିନଥିଲେ। ବିରୋଧୀଙ୍କ ହୋହଲ୍ଲା ଭିତରେ ଗୃହ କାର୍ଯ୍ୟ ଆଗକୁ ନେବା ସମ୍ଭବ ହୋଇ ନଥିଲା। ଫଳରେ ବାଚସ୍ପତି ସୁରମା ପାଢ଼ୀ ଗୃହକୁ ସାଢ଼େ ୧୧ଟା ପର୍ଯ୍ୟନ୍ତ ମୁଲତବୀ ରଖିଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!