ଭିଜିଲାନ୍ସ ଜାଲରେ ଜଟଣୀ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ

ଭୁବନେଶ୍ୱର,୨୫ା୩:ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଭାଜିଲାନ୍ସ ଜାଲରେ ଜଟଣୀ ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟଜୋଶୀ। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ କରିଛି ଭିଜାଲାନ୍ସ ଟିମ୍। ଏକକାଳୀନ ୯ଟି ସ୍ଥାନରେ ଚଢାଉ ଜାରି ରହିଥିବା ସୂଚନା। ସୂର୍ଯ୍ୟମଣି ପାଟଯୋଶୀଙ୍କ ଭୁବନେଶ୍ୱର ବାସଭାବନ ଓ ଜଟଣୀ ପୌରପରିଷଦ ଅଫିସରେ ଚଢାଉ ଜାରି ରହିଛି। ସେହିପରି ସୋରଡ଼ା ଓ ବ୍ରହ୍ମପୁରରେ ଚଢାଉ ଚାଲିଥିବା ଜଣାପଡ଼ିଛି। ଏହି ଚଢାଉର ଭିଜାଲାନ୍ସର ୨ଟି ଟିମ ସାମିଲ ରହିଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!