ଭୁବନେଶ୍ୱର୨,୫।୩: ଗୃହ କାର୍ଯ୍ୟ ଜାରି ଥିବା ବେଳେ ପୋଡ଼ିୟମ ତଳେ ବିରୋଧ ପ୍ରଦର୍ଶନ କରିଥିବା କଂଗ୍ରେସର ୧୨ ଜଣ ବିଧାୟକ ଆଗାମୀ ୭ ଦିନ ପାଇଁ ବିଧାନସଭାରୁ ନିଲମ୍ବିତ ହୋଇଛନ୍ତି। ନିଲମ୍ବିତ ହୋଇଥିବା କଂଗ୍ରେସ ବିଧାୟକଙ୍କୁ ବାଚସ୍ପତି ସୁରମା ପାଢ଼ୀ ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି ଯେ, ଯେଉଁ ସଦସ୍ୟମାନେ ନିଲମ୍ବିତ ହୋଇଛନ୍ତି, ସେମାନେ ଗୃହରୁ ଚାଲିଯାଆନ୍ତୁ। ବାଚସ୍ପତିଙ୍କ ଏହି ନିର୍ଦ୍ଦେଶ ପରେ କଂଗ୍ରେସ ବିଧାୟକମାନେ ଘଣ୍ଟ ବଜାଇ ପ୍ରତିବାଦ କରିଛନ୍ତି। କଂଗ୍ରେସ ବିଧାୟକଙ୍କୁ ବିଧାନସଭାରୁ ନିଲମ୍ବନ ନେଇ ନିଜ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଭକ୍ତ ଦାସ ।ବିଧାନସଭା ଅଚଳ ହେବା ବାବଦରେ ମତ ରଖିଲେ ଭକ୍ତ । ଆଲୋଚନା ପାଇଁ ଡାକିଲେ, କଥାବାର୍ତ୍ତା କଲେ କିନ୍ତୁ ସମାଧାନ କଲେନାହିଁ ।ହାଉସ୍ କମିଟି ଗଠନ କରିଥିଲେ କ’ଣ ଅସୁବିଧା ହୋଇଥାନ୍ତା ବୋଲି ସରକାରଙ୍କୁ ଭକ୍ତ ଦାସ ପ୍ରଶ୍ନ କରିଛନ୍ତି । ହାଉସ କମିଟି ଗଠନ କରିଥିଲେ ଗୃହ ଭଲରେ ଚାଲିଥାନ୍ତା ।୨୭ରେ ବିପ୍ଳବ ହେବ, ଆପଣମାନେ ନିଶ୍ଚୟ ଦେଖିବେ ବୋଲି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଭକ୍ତ ଦାସ ।ବିଜେଡିକୁ ମଧ୍ୟ ଟାର୍ଗେଟ କଲେ ଭକ୍ତ । କହିଲେ, ବିଜେଡି ଦାବି କରିଥିଲେ ହାଉସ କମିଟି କରିବାକୁ ସରକାର ବାଧ୍ୟ ହୋଇଥାନ୍ତେ ।ଅନ୍ୟପଟେ ବିଧାସଭାରୁ ନିଲମ୍ବିତ ବିଧାୟକଙ୍କୁ ବାହାର କରିବା ପାଇଁ ମାର୍ଶଲଙ୍କୁ ବାଚସ୍ପତିଙ୍କ ଅର୍ଡର । ଏଥିସହ ଗୃହକୁ ୨୦ ମିନିଟ ପାଇଁ ଗୃହ ମୁଲତବି ଘୋଷଣା କଲେ ବାଚସ୍ପତି ସୁରମା ପାଢ଼ୀ ।ବିଧାନସଭାରେ ଚାଲିଛି ଜୋରଦାର ଡ୍ରାମା ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |