ଗିର୍ଲିଗୁଡା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ

ନବରଙ୍ଗପୁର(ମିହିର ଶଙ୍କର ପାତ୍ର,),୨୫।୩ :-ଡାବୁଗାଁ ବ୍ଲକ ଚଚରଗୁଡା ପଞ୍ଚାୟତ ଅଧୀନ ଗିର୍ଲିଗୁଡା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତହେଲା।ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହରେ କୃଷ୍ଟନ ବାତିୟାଙ୍କ ଅଧକ୍ଷତା ରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ ଡାବୁଗାଁ ବ୍ଲକ ଅଧକ୍ଷା ବୀଣା ମାଝୀ,ମୁଖ୍ୟ ବକ୍ତା ଭାବରେ ଅତିରିକ୍ତ ଶିକ୍ଷା ଅଧିକାରି ସନ୍ତସ କୁମାର ସାହୁ ଯୋଗଦେଇଥିଲେ ଆଜିର କାର୍ଯ୍ୟକ୍ରମ ରେ ସଭାପତିତ୍ୱ କରିଥିଲେ ଅତିରିକ୍ତ ଶିକ୍ଷା ଅଧିକାରି ଭଗବାନ ମାଝୀ।ଏହି ଅବରସର ଚଚରଗୁଡା ସରପଞ୍ଚ ରା଼ଞ୍ଜୁ ଭତ୍ରା, ନାୟବ ସରପଞ୍ଚ ଯୁଧିଷ୍ଠିର ମାଝୀ, ଆଞ୍ଚଳିକ ସାଧନ କେନ୍ଦ୍ର ସଞ୍ଜଜକ ଗୁପ୍ତେ ପ୍ରସାଦ ନାଗ ପ୍ରମ୍ମୁଖ ମାନେ ମଞ୍ଚାସିନ ଥିଲେ। ପ୍ରଥମେ ବିଦ୍ୟାଳୟର ବାର୍ଷିକ ବିବରଣୀ ପଠ କରାଯାଇ ଥିଲା । ଏହା ପରେ ବିଭିନ୍ନ ଖେଳ ରେ ଭାଗ ନେଇ ବିଜୟ ହୋଇଥିବା ଛାତ୍ର ଛାତ୍ରି ମାନଂକୁ ପୁରସ୍କାର ବିତରଣ କରିଥିଲେ ମୁଖ୍ୟ ଅତିଥି ମାନେ। ଛାତ୍ରି ମାନଙ୍କ ଦ୍ୱାରା ନୃତ୍ୟ ମଧ୍ୟ୍ୟ ପରିବେଷଣ କରାଯାଇଥିଲା। ବର୍ଷକ ଉତ୍ସବ ରେ ବିଦ୍ୟାଳୟର ଶିକ୍ଷକ ଜିତେନ୍ଦ୍ର କୁମାର ମାଝୀ, ଶିକ୍ଷକ ଇନ୍ଦ୍ର ଭତ୍ରା, ଶିକ୍ଷକ ଭଗବାନ ଭତ୍ରା ପ୍ରମ୍ମୁକ ସୋହଯୋଗ କରିଥିବା ବେଳେ, ଗ୍ରାମର ଭଦ୍ରବ୍ୟକ୍ତି ମାନେ ଏବଂ ଅଭିଭାବକ ଓ ଛାତ୍ର ଛାତ୍ରି ମାନେ ଉପସ୍ଥିତି ଠିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!