ଭୁବନେଶ୍ୱର,୨୬।୩: ୧୨ କଂଗ୍ରେସ ବିଧାୟକଙ୍କୁ ନିଲମ୍ବନ ପରେ କଂଗ୍ରେସର ସାରାରାତି ଧାରଣାର ଦେବା ପରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀ ପତିଙ୍କ ସ୍ବାସ୍ଥାବସ୍ଥା ବିଗିଡ଼ିଯାଇଛି। ସେ ଅସୁସ୍ଥ ହୋଇପଡ଼ିଛନ୍ତି । । ପ୍ରଥମେ ବିଧାନସଭାରେ ବସି ବିଧାୟକମାନେ ପ୍ରତିବାଦ କରିବା ପରେ ରାତି ଅଧରେ ସେମାନଙ୍କୁ ଉଠାଇ ଆଣି ପୋଲିସ ରାସ୍ତାରେ ଛାଡି ଦେଇଥିଲା । ଏହାପରେ ମଧ୍ୟ ବିଧାୟକ ଏବଂ କଂଗ୍ରେସ କର୍ମୀ ଜିଦରେ ରହି ରାଜରାସ୍ତାରେ ଧାରଣ ଦେବା ସହିତ ଶୋଇଥିବା ମଧ୍ୟ ଦେଖାଯାଇଥିଲା । ସାରାରାତି ଧାରଣାର ଦେବା ପରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀ ପତିଙ୍କ ସ୍ବାସ୍ଥାବସ୍ଥା ବିଗିଡ଼ିଯାଇଛି। ସେ ଅସୁସ୍ଥ ହୋଇପଡ଼ିଛନ୍ତି ।ସକାଳୁ ସକାଳୁ କ୍ୟାପିଟାଲ ହପିଟାଲରୁ ଡାକ୍ତର ଆସି ତାରାଙ୍କ ସୱାସ୍ଥ୍ୟ ପରୀକ୍ଷା କରିଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |