ନୂଆଦିଲ୍ଲୀ,,୨୬।୩: କା ଆଜିଠୁ ଏସିଆର ସର୍ବବୃହତ ଟୁଲିପ ଉଦ୍ୟାନ ପର୍ଯ୍ୟଟକମାନଙ୍କ ପାଇଁ ଖୋଲିବ।ଏହି ଉଦ୍ୟାନ ବିଶ୍ୱ ପ୍ରସିଦ୍ଧ ଡାଲ ହ୍ରଦ କୂଳରେ ଥିବା ପର୍ବତମାଳାର ପାଦଦେଶରେ ଶ୍ରୀନଗର, ଜମ୍ମୁ କାଶ୍ମୀରରେ ଅବସ୍ଥିତ। ଏହି ଉଦ୍ୟାନରେ 74 ପ୍ରକାରର 17 ଲକ୍ଷ ଟୁଲିଫ ଫୁଲ ଗଛ ରହିଛି। ପ୍ରତିବର୍ଷ ଲୋକମାନେ ଫୁଲ ଦେଖିବା ପାଇଁ ଏଠାକୁ ଆସନ୍ତି।ମୁଖ୍ୟମନ୍ତ୍ରୀ Omar Abdullah ଟୁଲିଫ ଗଛର ଉଦଘାଟନ କରିବେ। ପର୍ଯ୍ୟଟନ ଋତୁକୁ ପ୍ରୋତ୍ସାହିତ କରିବା ପାଇଁ ଇନ୍ଦିରା ଗାନ୍ଧୀ ମେମୋରିଆଲ ଟୁଲିଫ ଉଦ୍ୟାନ 2007 ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇଥିଲା। ଇନ୍ଦିରା ଗାନ୍ଧୀ ମେମୋରିଆଲ ଟୁଲିଫ ଉଦ୍ୟାନ ପୂର୍ବରୁ ସିରାଜ ବାଗ ନାମରେ ଜଣାଶୁଣା ଥିଲା।ଏଥର floriculture ବିଭାଗ ମଧ୍ୟ ପରିଦର୍ଶକମାନଙ୍କ ପାଇଁ ଦୁଇଟି ନୂତନ କିସମର ଟୁଲିଫ ଗଛ ଯୋଡିଛି। ଏଥର ସମୁଦାୟ 74 ପ୍ରକାରର ଟୁଲିଫ bulb ଦେଖିବାକୁ ମିଳିବ ଏବଂ ବିଭାଗ ଅନୁଯାୟୀ ଏହି ବଗିଚା ବର୍ତ୍ତମାନ ସମ୍ପୁର୍ଣ୍ଣ ସମ୍ପ୍ରସାରିତ ହୋଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |