କେନ୍ଦ୍ରାପଡ଼ା ,୨୬।୩: ରାଜ୍ୟରେ ଦୁର୍ନୀତି ମାମଲା ଦିନକୁ ଦିନ ବଢ଼ିବାରେ ଲାଗିଛି । ଅନେକ ସରକାରୀ ଅଧିକାରୀ ମାନେ ବିଭିନ୍ନ ପ୍ରକାରର କାରନାମା କରି ଧରାପଡୁଛନ୍ତି । ଏହାରି ମଧ୍ୟରେ କେନ୍ଦ୍ରାପଡ଼ା ଜିଲ୍ଲାରୁ ସାମ୍ନାକୁ ଆସିଛି ବଡ଼ ଖବର । ୪ ଜଣ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି । କାର୍ଯ୍ୟରେ ଅବହେଳା ପାଇଁ ସେମାନଙ୍କୁ ନିଲମ୍ବିତ କରାଯାଇଛି । ଡେରାବିଶ ବ୍ଲକ ଜାଁର ବାରିମୂଳ ପଞ୍ଚାୟତର ମଳୟ ଖୁଣ୍ଟିଆ ନିଲମ୍ବିତ ହୋଇଛନ୍ତି ।ସେହିପରି ଆଳୀ ବ୍ଲକର ୨ ଜଣ ନିଲମ୍ବିତ ହୋଇଛନ୍ତି । କେତୁଆପାଳ ପଞ୍ଜାୟତର ରମେଶ ସେଠୀ ଓ ଦେସାହି ପଞ୍ଚାୟତର ଦାସ ମୁର୍ମୁ ନିଲମ୍ବିତ ହୋଇଥିବା ଖବର ସାମ୍ନାକୁ ଆସିଛି । ମହାକାଳପଡ଼ା ବ୍ଲକ ଗଡ଼ରୋମିଡର ଅମୂଲ୍ୟରତ୍ନ ନାୟମ ମଧ୍ୟ ନିଲମ୍ବିତ ହୋଇଛନ୍ତି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |