ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ଘରେ ସିବିଆଇ ରେଡ୍‌

ନୂଆଦିଲ୍ଲୀ,୨୬।୩: ଛତିଶଗଡ଼ରେ ସିବିଆଇ ରେଡ୍ ହୋଇଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ଘରେ ସିବିଆଇ ଟିମ୍ ପହଞ୍ଚିଛି । ଏହାର ୧୫ ଦିନ ପୂର୍ବରୁ ଅର୍ଥାତ୍ ମାର୍ଚ୍ଚ ୧୦ ତାରିଖରେ, ଇଡି ଟିମ୍ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଘରେ ପହଞ୍ଚିଥିଲା। ଆଜି ସିବିଆଇ ରେଡ୍ କରିଛି ।ସିବିଆଇ ଟିମ୍ ଭୂପେଶ ବାଘେଲଙ୍କ ପଦୁମନଗର ବାସଭବନରେ ପହଞ୍ଚିଛି । ଏହା ବ୍ୟତୀତ ସେକ୍ଟର ୫ ବିଧାୟକ ଦେବେନ୍ଦ୍ର ଯାଦବଙ୍କ ଘରେ ମଧ୍ୟ ସିବିଆଇ ପହଞ୍ଚିଛି । ଏହି ଟିମ୍ ସେକ୍ଟର 9 ରୋଡ୍ 17 ରେ ମଧ୍ୟ ଚଢାଉ କରିଥିଲା। ଦୁର୍ଗ ଜିଲ୍ଲାର 16 ଟି ସ୍ଥାନରେ ସିବିଆଇ ଚଢାଉ କରିଥିବା ଜଣାପଡିଛି । ୨୦୧୭ ସିଡି ମାମଲାରେ ସିବିଆଇ ରେଡ୍ କରିଥିବା ସୂଚନା ରହିଛି ।କେବଳ ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ନୁହେଁ, ବରଂ ଭିଲାଇ ବିଧାୟକ ଦେବେନ୍ଦ୍ର ଯାଦବ ଏବଂ ୪ ଜଣ ଆଇପିଏସ ଅଭିଷେକ ପଲ୍ଲଭ, ଏଏସ୍ପି ସଞ୍ଜୟ ଧ୍ରୁବ, ଏଏସ୍ପି ଆରିଫ ଶେଖ, ଆନନ୍ଦ ଛାବ୍ରା ଏବଂ ଦୁଇ ଜଣ କନଷ୍ଟେବଳ ନକୁଳ-ସାହଦେବଙ୍କ ଘରେ ମଧ୍ୟ ସିବିଆଇ ଚଢାଉ କରିଛି। ମହାଦେବ ସଟ୍ଟା ଆପ ମାମଲାରେ ଟିମ୍‌ ଚଢାଉ କରିଛି। ସୂଚନା ଅନୁଯାୟୀ, ୨୬ ମାର୍ଚ୍ଚ ସକାଳେ ସିବିଆଇର ୧୦ ରୁ ଅଧିକ ଦଳ ରାୟପୁର ଛାଡିଥିଲେ। ଏକ ଦଳ ରାୟପୁରର ଭୂପେଶ ବାଘେଲଙ୍କ ଘରେ ପହଞ୍ଚିଥିଲା।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!