ଭୁବନେଶ୍ୱର,୨୭।୩: ଆଜି ଭୁବନେଶ୍ୱର ଘେରିବ କଂଗ୍ରେସ। ଏନେଇ ହାଇ ଆର୍ଲଟ ମୋଡରେ ରାଜଧାନୀ।ବିଧାନସଭା ଘେରାଉ କରିବା ପାଇଁ ସାରା ରାଜ୍ୟର କଂଗ୍ରେସ କର୍ମୀ ଆଜି ଭୁବନେଶ୍ୱର ମୁହାଁ ହୋଇଛନ୍ତି ।ରାଜ୍ୟରେ ମହିଳା ବିରୋଧୀ ହିଂସାର ବଢ଼ୁଥିବା ଘଟଣାକୁ ନେଇ ଓଡ଼ିଶା କଂଗ୍ରେସ ପକ୍ଷରୁ ବିଧାନସଭା ସମ୍ମୁଖରେ ଗୁରୁବାର ଏକ ବିଶାଳ ପ୍ରତିବାଦ କରାଯାଉଛି । ଅନେକ ସ୍ଥାନରେ କଂଗ୍ରେସ କର୍ମୀଙ୍କୁ ପୋଲିସ ଅଟକାଇ ରଖିଥିବା ସୂଚନା ମିଳିଛି । ସହରରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିବାବେଳେ କିଛି ରାସ୍ତାକୁ ଜନସାଧାରଣଙ୍କ ଗମନା ଗମନ ପାଇଁ ବନ୍ଦ କରିଦିଆଯାଇଛି । ରବୀନ୍ଦ୍ର ମଣ୍ଡପରୁ ୧୨୦ ବାଟାଲିୟନ ରାସ୍ତା ଆଜି ବନ୍ଦ ରହିବ ।ସେହିପରି ରାଜମହଲରୁ ରୁପାଲି ଏବଂ ରୁପାଲିରୁ ରାଜମହଲ ରାସ୍ତା ଭିଡ଼ ରହିବ ବୋଲି କୁହାଯାଉଛି । ଯେଉଁ କାରଣରୁ ଲୋକମାନଙ୍କୁ ସେହି ବାଟ ଦେଇ ଯିବା ପାଇଁ ବାରଣ କରାଯାଇଛି ।ରାଜ୍ୟରେ ନାରୀ ନିର୍ଯାତନା ପ୍ରସଙ୍ଗକୁ ନେଇ କଂଗ୍ରେସ ଏହି ଘେରାଉ କରିବାକୁ ଯାଉଛି । ତେବେ ଭୁବନେଶ୍ୱରରେ ୮୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଟିୟର ଗ୍ୟାସ୍ ସାଙ୍ଗକୁ ହେଲମେଟ ଏବଂ ବ୍ୟାରିକେଟର ବ୍ୟବସ୍ଥା କରାଯାଇଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |