ଆଜି ବିଧାନସଭା ଘେରିବ କଂଗ୍ରେସ

ଭୁବନେଶ୍ୱର,୨୭।୩ : ରାଜ୍ୟରେ ମହିଳା ଅସୁରକ୍ଷିତ ଏବଂ ଏଥିଲାଗି ଗୃହକମିଟି ଦାବି କରି କଂଗ୍ରେସର ୧୪ ସଦସ୍ୟ ନିଲମ୍ବନ ହେବା ଘଟଣାରେ ରାଜ୍ୟ କଂଗ୍ରେସ ତୀବ୍ର ପ୍ରତିକ୍ରିୟାଶୀଳ ହୋଇପଡ଼ିଛି। ଏହି ଘଟଣାକୁ ଗାଁ ଗଣ୍ଡାରେ ପହଞ୍ଚାଇବା ପାଇଁ ପ୍ରସ୍ତୁତ ହୋଇଛି ନକ୍ସା। ଆଉ ଗୁରୁବାର ରାଜ୍ୟ କଂଗ୍ରେସ ବିଧାନସଭାର ଚତୁଃପାର୍ଶ୍ୱକୁ ଘେରିବାପାଇଁ ପ୍ରସ୍ତୁତ ହେଉଛି। କଂଗ୍ରେସର ଏହି କାର୍ଯ୍ୟକ୍ରମକୁ ରାଜ୍ୟବାସୀ ସମର୍ଥନ ଦେବେ ବୋଲି ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି।ଆଜି ବିଧାନସଭା ଘେରାଉ କରିବ କଂଗ୍ରେସ। ଏ ନେଇ ଭୁବନେଶ୍ୱର ରାମମନ୍ଦିର ଛକରେ ଭିଡ଼ ଦେଖିବାକୁ ମିଳିଛି। ଏଠାରେ ଧିରେ ଧିରେ ଏକାଠି ହେଉଛନ୍ତି କଂଗ୍ରେସ ନେତା ଓ କର୍ମୀ। ରାଜ୍ୟରେ ମହିଳା ବିରୋଧୀ ହିଂସାର ବଢ଼ୁଥିବା ଘଟଣାକୁ ନେଇ ଓଡ଼ିଶା କଂଗ୍ରେସ ପକ୍ଷରୁ ବିଧାନସଭା ସମ୍ମୁଖରେ ଗୁରୁବାର ଏକ ବିଶାଳ ପ୍ରତିବାଦ କରାଯାଉଛି । ବିଶୃଙ୍ଖଳିତ ଆଚରଣ ଯୋଗୁ ୧୪ ଜଣ କଂଗ୍ରେସ ବିଧାୟକଙ୍କୁ ବିଧାନସଭାରୁ ଗୋଟିଏ ସପ୍ତାହ ପାଇଁ ନିଲମ୍ବିତ କରାଯିବା ପରେ ରାଜଧାନୀରେ କଂଗ୍ରେସ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି।ମାଷ୍ଟରକ୍ୟାଣ୍ଟିନରେ ବି କଂଗ୍ରେସ କର୍ମୀଙ୍କ ଭିଡ଼ ଦେଖିବାକୁ ମିଳିଛି। ରାମ ମନ୍ଦିର ସାମ୍ନାରୁ ବାହାରିବ କଂଗ୍ରେସର ପଦଯାତ୍ରା। ପଦଯାତ୍ରା ବାହାରି ବିଧାନସଭା ପର୍ଯ୍ୟନ୍ତ ଯିବ। ମହିଳା ସୁରକ୍ଷା ପ୍ରସଙ୍ଗରେ ବିଧାନସଭା ଘେରାଉ କରିବ କଂଗ୍ରେସ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!