ଯାଜପୁର,୨୭।୩:ବାରୁଣିରେ ବୁଡ଼ ପକାଉଛନ୍ତି ଶ୍ରଦ୍ଧାଳୁ । ବୁଡ଼ ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ।ବାରୁଣୀ ହେଉଛି ଏକ ପ୍ରସିଦ୍ଧ ଓ ପବିତ୍ର ସ୍ନାନଯୋଗ। ପ୍ରତିବର୍ଷ ଚୈତ୍ର ମାସ କୃଷ୍ଣପକ୍ଷ ତ୍ରୟୋଦଶୀ ତିଥିରେ, ବିଶିଷ୍ଟ ତୀର୍ଥକ୍ଷେତ୍ର ଯାଜପୁରର ଇତିହାସ ପ୍ରସିଦ୍ଧ ଦଶାଶ୍ୱମେଧ ଘାଟ ନିକଟରେ, ପବିତ୍ର ବୈତରଣୀନଦୀରେ ଏହି ସ୍ନାନଯୋଗ ପଡ଼ିଥାଏ। ଏବଂ ସେହି ପବିତ୍ର ମୁହୂର୍ତ୍ତରେ ବୈତରଣୀରେ ସ୍ନାନ କରି ପୁଣ୍ୟ ଅର୍ଜନ କରିବା ଉଦ୍ଦେଶ୍ୟରେ ଭାରତର ବିଭିନ୍ନ ଅଞ୍ଚଳରୁ ଧର୍ମପ୍ରାଣ ଲୋକ ଏଠାରେ ରୁଣ୍ଡ ହୁଅନ୍ତି।ଋଷିକୁଲ୍ୟା ଓ ବଡ଼ ନଦୀ ସଙ୍ଗମ ସ୍ଥଳରେ ବୁଡ଼ । ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ ସହ ଅସ୍ଥି ବିସର୍ଜନ କରୁଛନ୍ତି ଶ୍ରଦ୍ଧାଳୁ ।ଯାଜପୁରର ଏହା ପ୍ରସିଦ୍ଧ ସ୍ନାନ । ଏହି ଦିନ ଏଠାରେ ପିଣ୍ଡଦାନ କଲେ ପିତୃପୁରୁଷ ସନ୍ତୁଷ୍ଟ ହେଉଥିବା ବିଶ୍ୱାସ ରହିଛି ।ରାଜ୍ୟ ବ୍ୟତୀତ ଓଡ଼ିଶା ବାହାରୁୂୁ ଲୋକେ ଏଠାକୁ ଆସି ବୁଡ଼ ପକାଇଥାନ୍ତି । ତେବେ ଭିଡ଼କୁ ନଜରରେରଖି ସ୍ଥାନୀୟ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |