ଡାବୁଗାଁ ଥାନା ଅଧୀନ ଛେପଟିଆମ ଗ୍ରାମରେ ପ୍ରେମିଯୁଗଳ ସ୍ୱାମୀ ସ୍ତ୍ରୀ ଆତ୍ମହତ୍ୟା

ନବରଙ୍ଗପୁର(ମିହିର ଶଙ୍କର ପାତ୍ର):- ଡାବୁଗାଁ ଥାନା ଅଧୀନ ଚେପଟିଆମ୍ବ ଗ୍ରାମରେ ସ୍ଵାମୀ ଓ ସ୍ତ୍ରୀ ଉଭୟ ନିଜ ଘରେ ଆତ୍ମହତ୍ୟା କରିଥିବା ନେଇ ବୁଧବାର ରାତ୍ରିରେ ଅଭିଯୋଗ ହୋଇଥିଲା | ସୂଚନାଯୋଗ୍ୟ:- ଡାବୁଗାଁ ଥାନା ଅଧୀନ ଚେପଟିଆମ୍ବ ଗ୍ରାମର ଦିନ ଜାନୀ (୨୦) ଓ ଝରିଗାଁ ଥାନା ଅଧୀନ ବଡନୀ ଗ୍ରାମର ପୂର୍ଣ୍ଣିମା ମେହେର (୧୯) ମଧ୍ୟରେ ପୂର୍ବରୁ ପ୍ରେମ ସମ୍ପର୍କ ଥିଲା | କିଛି ଦିନ ପ୍ରେମ ପରେ ୨ ଜଣ ବିବାହ କରିବା ପାଇଁ ସ୍ଥିର କରିଥିଲେ | କିନ୍ତୁ ୨ ଜଣ ଅଲଗା ଅଲଗା ଜାତିର ହୋଇଥିବାରୁ ଉଭୟ ପରିବାର ବିବାହ ପାଇଁ ରାଜି ହୋଇନଥିଲେ | ପ୍ରାୟ ଦେଢ ମାସ ତଳେ ପ୍ରେମୀ ଯୁଗୋଳ ଘରୁ ଲୁଚି କରି ଯାଇ ବିବାହ କରି ଦିନ ଜାନୀ ଙ୍କ ଘରକୁ ଆସିଥିଲେ | କିନ୍ତୁ ଦିନ ର ପରିବାର ଲୋକେ ବିବାହ କୁ ଗ୍ରହଣ କରି ନଥିଲେ | ତେଣୁ ଦିନ ଜାନୀ ପରିବାର ଠାରୁ ଅଲଗା ହୋଇ ସ୍ତ୍ରୀ ପୂର୍ଣ୍ଣିମା ସହ ରହିଆସୁଥିଲା | ଦିନ ଜାନୀ ଦିନ ମଜୁରିଆ କାମ କରିବା ସହ ଗାଡି ଚଳାଇ ଯାହା ରୋଜଗାର କରି ୨ ଜଣ ରହୁଥିଲେ | ୪/୫ ଦିନ ତଳେ ଦିନ ସ୍ତ୍ରୀ ପୂର୍ଣ୍ଣିମାକୁ ନେଇ ନିଜ ଶଶୁର ଘର ସହ ସମ୍ପର୍କ ରଖିବା ପାଇଁ ବଡନୀ ଗ୍ରାମକୁ ଯାଇଥିଲେ କିନ୍ତୁ ସେଠାରେ ତାଙ୍କୁ ଗ୍ରହଣ କରି ନଥିଲେ | ସେଠାରୁ ଫେରି ଆସି ଘରେ ରହିଥିଲେ | ବୁଧବାର ଦିନ ସକାଳୁ ଦିନ ଜାନୀର ବାପା, ମା ଓ ଭାଇ କାମ କରିବାକୁ ଘରୁ ବାହାରକୁ ଯାଇଥିଲେ | କେବଳ ଦିନ ଜାନୀର ଭାଉଜ ଘରେ ରହିଥିଲେ | ଦିନ ଓ ସ୍ତ୍ରୀ ପୂର୍ଣ୍ଣିମା ନିଜ ଘରେ ଦିନ ୧୦ ଟା ପର୍ଯ୍ୟନ୍ତ ବାହାରେ ଥିଲେ | ସନ୍ଧ୍ୟାରେ ଦିନର ବାପା ମା ଓ ଭାଇ ଘରକୁ ଫେରି ଲା ପରେ ଘରେ ଥିବା ଦିନ ର ଭାଉଜ କହିଥିଲେ ଯେ ଡିଆଁ ସାରା ଦିନ ଓ ପୂର୍ଣ୍ଣିମା ଘର ଭିତରୁ ବାହାରକୁ ବାହାରି ନାହାନ୍ତି | ପରେ ଦିନ ର ମା ଘର କବାଟ ବାଡେଇ ଡ଼ାକିଥିଲେ କିନ୍ତୁ କେହି ଶୁଣି ନଥିଲେ ଓ ଭିତର ପଟୁ କବାଟ ଦିଆଯାଇଥିଲା | ସଙ୍ଗେ ସଙ୍ଗେ ଗ୍ରାମବାସୀ ଙ୍କୁ ଡାକି କବାଟ ଭାଙ୍ଗି ଦେଖିଥିଲେ ଯେ ଦିନ ଓ ପୂର୍ଣ୍ଣିମା ଘର ଦୁଲମରେ ଏକ ଶାଢୀ ବେକରେ ବାନ୍ଧି ଆତ୍ମହତ୍ୟା କରିଛନ୍ତି | ଏନେଇ ରାତ୍ରି ପ୍ରାୟ ୧୦ ଘ. ସମୟରେ ମୃତକର ବଡ ଭାଇ ନବୀନ ଜାନୀ ଡାବୁଗାଁ ଥାନାରେ ଏତଲା ଦେଇଥିଲେ | ଝିଅର ପରିବାର ପକ୍ଷରୁ କୌଣସି ଅଭିଯୋଗ ନହେବାରୁ ଗ୍ରାମର ୱାର୍ଡ ସଭ୍ୟ ମନବୋଧ ଜାନୀ ଅନ୍ୟ ଏକ ଏତଲା ଦେଇଥିଲେ | ଉକ୍ତ ଏତଲା କୁ ଭିତ୍ତି କରି ଗୁରୁବାର ସକାଳୁ ଥାନା ସବଇନିସ୍ପେକ୍ଟର ବିକ୍ରମ କେଶରୀ ସାହୁ ଓ ନବରଙ୍ଗପୁର ରୁ ସାଇଣ୍ଟିଫିକ ଦଳ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ | ପରେ ଶବ ଜବତ କରି ପଞ୍ଚନାମା କରାଯାଇ ବ୍ୟବଚ୍ଛେଦ ପାଇଁ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ | ସେଠାରେ ଶବ ବ୍ୟବଚ୍ଛେଦ କରାଯିବା ପରେ ଝିଅ ର ଶବ ନେବାକୁ ପରିବାର ଲୋକେ ମନା କରିଥିଲେ | ଦିନ ଜାନୀ ର ପରିବାର ଲୋକଙ୍କୁ ପୋଲିସ ୨ ଟି ଶବ ହସ୍ତାନ୍ତର କରିଥିଲେ | ଏନେଇ ଡାବୁଗାଁ ଥାନା କେସ ନଂ ୯/୨୫ ଓ ୧୦/୨୫ ରେ ୨ ଟି ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି |

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!