ରାଉରକେଲା ୨୮/୦୩: ଅଶାନ୍ତ ଷ୍ଟିଲ ସିଟି ।ରାଉରକେଲାରେ ଫୁଟିଲା ଗୁଳି । ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳରୁ ଗୁଳିମାଡ଼ ହୋଇଥିବା ସୂଚନା ରହିଛି ।ରଘୁନାଥପାଲି ଥାନା ଦେ’ଗାଁର ଏକ ଢାବା ନିକଟରେ ଫାୟାରିଂ ହୋଇଥିବା ଜଣାପଡ଼ିଛି । ସାମାନ୍ୟ ବଚସାରୁ ଗଣ୍ଡଗୋଳ ପରେ ଗୁଳିମାଡ଼ ହୋଇଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ଘଟଣାରେ ୨ ଜଣଙ୍କୁ ଅଟକ ରଖି ପୋଲିସ ପଚରାଉଚରା ଆରମ୍ଭ କରିଛି ।ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ପାଟିତୁଣ୍ଡରୁ ଫୁଟିଛି ଗୁଳି । ଜୀବନ ବଞ୍ଚାଇବାକୁ ଯାଇ ଯୁବକ ପଶି ଗଲେ ଢ଼ାବାରେ । ଅଳ୍ପକେ ବର୍ତ୍ତିଗଲେ ଯୁବକ । ଗୁଳିକାଣ୍ଡ ଘଟିଛି ରାଉରକେଲା ରଘୁନାଥ ପାଲି ଥାନା ଦେଓଗାଁ RSP ଶ୍ଳାଗ ଗେଟ୍ ନିକଟରେ । ଗୁରୁବାର ବିଳମ୍ବିତ ରାତିରେ ଘଟିଛି ଘଟଣା । ଦୁଇ ଗୋଷ୍ଠୀ ମଧ୍ୟରେ ପୂର୍ବରୁ ବିବାଦ ବିବାଦକୁ ନେଉ ଗତକାଲି ହୋଇଥିଲା ବଚସା । ଜଣେ ଯୁବକଙ୍କୁ ମାରଣାସ୍ତ୍ର ଧରି ଦୁଇ ଯୁବକ କରିଥିଲେ ଆକ୍ରମଣ । ଜୀବନ ବଞ୍ଚାଇବାକୁ ଯାଇ ଯୁବକ ପଶିଯାଇଥିଲେ ନିକଟ ତାରିଣୀ ହୋଟେଲରେ । ଆକ୍ରମଣକାରୀ ଦୁଇ ଯୁବକ ହୋଟେଲ ଭିତରେ ପଶି ଦୁଇ ରାଉଣ୍ଡ ଗୁଳି ଚାଳନା କରିଥିଲେ । ଦୁଇ ଗୋଷ୍ଠୀ ମଧ୍ୟରେ କଣ ଥିଲା ବିବାଦ ଯେଉଁ ବିବାଦକୁ ନେଉ ପ୍ରଥମେ ପାଟିତୁଣ୍ଡ ହେଲା କାହିଁକି ଯୁବକଙ୍କୁ ଗୁଳି କରିବା ପର୍ଯ୍ୟନ୍ତ କଥା ଗଲା ତାର ଉତ୍ତର ଖୋଜୁଛି ରାଉରକେଲା ରଘୁନାଥପାଲି ଥାନା । ଗୁଳିକାଣ୍ଡ ଘଟଣାରେ ଟାଙ୍ଗରପାଲି ପୋଲିସ ଜଣକୁ ଅଟକ ରଖି ତଦନ୍ତ କରୁଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!