ଭୁବନେଶ୍ୱର,୨୯।୩: ବିମାନରେ ଚାଲାଣ ହେଉଥିଲା ସାପ, କଇଁଛ, ଗୋଧି ଓ ଏଣ୍ଡୁଅ । ବ୍ୟାଙ୍କକ୍ରୁ ଭୁବନେଶ୍ୱର ଦେଇ ଚେନ୍ନାଇ ହେଉଥିଲା ଚାଲାଣ । ଚେକିଂ ସମୟରେ କଷ୍ଟମ ବିଭାଗ ହାତରେ ଧରା ପଡ଼ିଲେ ଯୁବକ । ବ୍ୟାଙ୍କକରୁ ବିମାନ ଯୋଗେ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରକୁ ଆସିଥିଲା । ଲଗେଜ ଭିତରେ ଗୋଧି ଓ କଇଁଚ। ଏସବୁ ଜୀବଜନ୍ତୁ ମୃତ ନୁହେଁ, ସମସ୍ତ ଜନ୍ତୁ ଜୀବିତ। ଏ ସବୁ ଜୀବଜନ୍ତୁ ଜବତ ହୋଇଛି ଭୁବନେଶ୍ବର ବିମାନବନ୍ଦରରୁ। ଲଗେଜ ଭିତରେ ଭର୍ତ୍ତି କରି ବ୍ୟାଙ୍କକ୍ରୁ ଭୁବନେଶ୍ୱରକୁ ଆସିଥିଲା ଏସବୁ ମାରାତ୍ମକ ଜନ୍ତୁ। କିନ୍ତୁ ଚେକିଂ ସମୟରେ ସୀମାଶୁଳ୍କ ବିଭାଗ ହାତରେ ଧରା ପଡ଼ିଲେ ତାମିଲ ଯୁବକ।ଏସବୁ ଜନ୍ତୁ ଭୁବନେଶ୍ୱର ବିମାନ ବନ୍ଦରରୁ ଜବତ ହୋଇଛି। ୧୦ଟି ବହୁରୂପୀ ଗୋଧି, ୯ଟି କିଙ୍ଗ୍ ସ୍ନେକ୍ ଓ ୧୨ଟି କଇଁଛକୁ ଜୀବିତ ଉଦ୍ଧାର କରିଛି କଷ୍ଟମ ଟିମ୍। ଏହି ହିଂସ୍ର ସରୀସୃପ ଜନ୍ତୁକୁ ଚାଲାଣ କରୁଥିବା ଯୁବକ ଜଣକ ହେଉଛନ୍ତି ତାମିଲନାଡୁର ଶଙ୍କର ମୂର୍ଗନ୍। ସୀମାଶୁଳ୍କ ବିଭାଗ ସମ୍ପୃକ୍ତ ଯୁବକଙ୍କ ପାସପୋର୍ଟକୁ ଜବତ କରିଛି। ଉଦ୍ଧାର ସାପ କାଲିଫର୍ନିଆ କିଙ୍ଗ ପ୍ରଜାତିର ହୋଇଥିବା ବେଳେ କଇଁଚ ଗୁଡିକ ପିଗ୍ ନୋଜ୍ ଟର୍ଟଲ ପ୍ରଜାତିର, ସେହି ପରି ଗୋଧି ହେଉଛି ନାଇଲ୍ ମନିଟର ଲିଜାର୍ଡ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |