କଟକ ,୩୦।୩: କଟକ ବଡ ମେଡିକାଲରେ ଭିତ୍ତିଭୂମି ଓ ମେଡିକାଲର ସମ୍ପ୍ରସାରଣ କାମ ତଦାରଖ କରିଛନ୍ତି ମୁଖ୍ୟ ଶାସନ ସଚିବ । ମୁଖ୍ୟ ଶାସନ ସଚିବଙ୍କ ସହ ସ୍ବାସ୍ଥ୍ୟ ସଚିବ ଓ କେନ୍ଦ୍ରାଞ୍ଚଳ ଆରଡିସି ଏହି ସମୀକ୍ଷା ବୈଠକରେ ଉପସ୍ଥିତ ଥିଲେ । କଟକ ବଡ ମେଡିକାଲରେ ସର୍ବନିମ୍ନ ଆବଶ୍ୟକ ଭିତ୍ତିଭୂମିର ଅଭାବ ଥିବା ନେଇ ବିଧାନସଭାରେ ଉଦବେଗ ପ୍ରକାଶ ପାଇଥିଲା । ଏହାସହ ଗଣମାଧ୍ୟମରେ ଏସସିବିରେ ଭେଣ୍ଟିଲେଟର ଅଚଳ ନେଇ ଖବର ପ୍ରକାଶ ପାଇଥିଲା । ଏସସିବିରେ ୨୦୨ ଭେଣ୍ଟିଲେଟରରୁ ୮୯ଟି ଖରାପ ରହିଛି । ଏହାସହ ସେଣ୍ଟ୍ରାଲ ଏୟାର କମ୍ପ୍ରେସର ସିଷ୍ଟମ ମଧ୍ୟ ଅଚଳ ରହିଛି, ଯାହା ଫଳରେ ଭେଣ୍ଟିଲେଟର ଗୁଡିକ ଅଚଳ ହେଉଥିବା ଖବର ପ୍ରକାଶ ପାଇଥିଲା । ଏସବୁର ତଦାରଖ ପାଇଁ ଆଜି ମୁଖ୍ୟ ଶାସନ ସଚିବ ଓ ସ୍ବାସ୍ଥ୍ୟ ସଚିବ ଏସସିବି ମେଡିକାଲ ପହଞ୍ଚି ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |