ନବରଙ୍ଗପୁର( ମିହିର ଶଙ୍କର ପାତ୍ର),୩୦ା୩:ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ବିରିଶୋଲା ଶିବ ମନ୍ଦିର ରେ ରାଷ୍ଟ୍ରୀୟ ନବବର୍ଷ ତଥା ହିନ୍ଦୁ ମହାସଂଘ ପ୍ରତିଷ୍ଠା ଦିବସ ପାଳନ କରା ଯାଇଛି। ଏହି ଅବସରରେ ଅନାଦି ବାବା ଙ୍କ ତତ୍ବାବଧାନରେ, ଆଦି ମାତା ଗୋ ମନ୍ଦିର ର ଶୁଭାରମ୍ଭ ହୋଇଯାଇଛି। ହିନ୍ଦୁ ମହାସଂଘ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜୟନ୍ତ କୁମାର ପାତ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅତିଥି ଭାବେ ସୌଭାଗ୍ୟ ବାବା, ଯଦୁମଣି ବାବା, ବିଶ୍ବହିନ୍ଦୁ ପରିଷଦ ନବରଙ୍ଗପୁର ଜିଲ୍ଲା କାର୍ଯ୍ୟକାରୀ ସଭାପତି ସୁନିଲ୍ ବେହେରା, ସଂଯୋଜକ ନରସିଂହ ତ୍ରିପାଠୀ, ଅବିଭକ୍ତ କୋରାପୁଟ ଜିଲ୍ଲା ସଭାପତି ଜଗନ୍ନାଥ ଶତପଥୀ ଯୋଗଦାନ କରିଥିଲେ। ରାଜ୍ୟ ସାଧାରଣ ସମ୍ପାଦକ ଉମାକାନ୍ତ ବିଷୟୀ, ଉପ ସଭାପତି ସୁରଥ ଜେନା, ପ୍ରବକ୍ତା ଶ୍ୟାମସୁନ୍ଦର କବିରାଜ, ଆଇନ୍ ପରାମର୍ଶଦାତା ମିହିର ଶଙ୍କର ପାତ୍ର, ନବରଙ୍ଗପୁର ଜିଲ୍ଲା ସଭାପତି ରାଜେନ୍ଦ୍ର ନେଗୀ, ପାପଡାହାଣ୍ଡି ବ୍ଲକ ସଭାପତି ଭବାନୀ ଶଙ୍କର ବିଷୟୀ , ଜିଲ୍ଲା ଯୁବ ହିନ୍ଦୁ ମହାସଂଘ ସଭାପତି ନିର୍ମଳ ବିଷୟୀ, ମିଡ଼ିଆ ସଂଯୋଜକ ମହେନ୍ଦ୍ର ପାତ୍ର, ସାମାଜିକ ଗଣମାଧ୍ୟମ ପ୍ରଭାରୀ ଗୋରା ହରିଜନ, ଜୟ ସେନ ନାଗେଶ, ବିପିନ୍ ଭୁକ୍ତା , ଜଳନ୍ଧର ସିଂ, ଜଗନ୍ନାଥ ମେହେର ପ୍ରମୁଖ ଉପସ୍ଥିତ ଥିଲେ। ଗୋ ପୂଜନ ସହ ଗୋଶାଳା ସ୍ଥାପନ କାର୍ଯ୍ୟକ୍ରମ ର ଶୁଭାରମ୍ଭ ହୋଇଥିଲା।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |