କାମାକ୍ଷା ଏକ୍ସପ୍ରେସ୍‌ ଲାଇନ୍‌ଚ୍ୟୁତ

ଭୁବନେଶ୍ବର,,୩୦ା୩: କାମାକ୍ଷା ଏକ୍ସପ୍ରେସ୍‌ ଲାଇନ୍‌ଚ୍ୟୁତ ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 7ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଅନେକ ଯାତ୍ରୀ ଦୁର୍ଘଟଣା ପରେ ଫସି ରହିଥିବା ବେଳେ ସେମାନଙ୍କ ପାଇଁ ଏକ ସ୍ବତନ୍ତ୍ର ଟ୍ରେନର ବ୍ୟବସ୍ଥା କରାଯାଇଛି । ଭୁବନେଶ୍ବରରୁ ଏହି ଟ୍ରେନ ବାହାରି ଦୁର୍ଘଟଣାସ୍ଥଳ କଟକ ମଙ୍ଗୁଳି ଅଭୁମୁଖେ ଯାତ୍ରା କରିଛି । ସେଠାରୁ ଯାତ୍ରୀଙ୍କୁ ନେଇ କାମାକ୍ଷା ଯିବ ।ଏହି ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ଜଣେ ଯାତ୍ରୀଙ୍କ ମୃତ୍ୟୁ ହୋଇଛି । ୭ ଜଣ ଗୁରୁତରଙ୍କୁ କଟକ ଏସ୍‌ସିବି ମେଡିକଲରେ ଭର୍ତ୍ତି କରାଯାଇଛି ।  ଏହି ମୃତାହତ ଆଗକୁ ଆହୁରି ବଢ଼ିବ ବୋଲି କୁହାଯାଉଛି । ରବିବାର ପୂର୍ବାହ୍ନ ୧୧ଟା ୫୪ ମିନିଟ୍‌କୁ ଯେମିତି ଅପେକ୍ଷା କରିଥିଲା ଦୁର୍ଘଟଣାର ଏ କାଳ ମୁହୂର୍ତ୍ତ । ଏକ୍ସପ୍ରେସଟି ବେଙ୍ଗଳୁରୁରୁ କାମାକ୍ଷା ଆସୁଥିବାବେଳେ ଏହି ଘଟଣା ଘଟିଛି । ପୂର୍ବତଟ ରେଲୱେ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଥିବା ବେଳେ ହେଲ୍ପଲାଇନ୍ ନମ୍ବର ଜାରି କରିଛି ଇଷ୍ଟକୋଷ୍ଟ ରେଲୱେ ।ସମସ୍ତ ଯାତ୍ରୀଙ୍କୁ ସେମାନଙ୍କର ଗନ୍ତବ୍ୟସ୍ଥଳରେ ପହଞ୍ଚାଯିବ ବୋଲି କୁହାଯାଉଛି ।କଟକ ମଙ୍ଗୁଳି ନିକଟ ନିର୍ଗୁଣ୍ଡିରେ କାମାକ୍ଷା ଏକ୍ସପ୍ରେସ୍‌ ଲାଇନ୍‌ଚ୍ୟୁତ ହୋଇଛି । ଦୁର୍ଘଟଣା ପରେ NDRF ଟିମ୍ ଓ ଅଗ୍ନିଶମ ବାହିନୀ ଲୋକଙ୍କ ଉଦ୍ଧାରକାର୍ଯ୍ୟ କରିଥିଲେ । ବରିଷ୍ଠ ଡାକ୍ତରମାନେ ଆହତଙ୍କ ଚିକିତ୍ସା ଜାରି ରଖିଛନ୍ତି ।ଏକ୍ସପ୍ରେସ୍‌ର ୧୧ଟି ବଗି ଲାଇନ୍‌ଚ୍ୟୁତ ୱୋଇଥିବା ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଦୁର୍ଘଟଣାରେ ୭ ଯାତ୍ରୀ ଆହତ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!