ସୋମବାରଠୁ ୪ ଦିନ ରତ୍ନଭଣ୍ଡାର ମରାମତି ବନ୍ଦ

ପୁରୀ,୩୦ା୩: ସୋମବାରଠୁ ୪ ଦିନ ବନ୍ଦ ରହିବ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ।ଖସାପଡ଼ା ଲାଗି ଓ ବନକଲାଗି ନୀତିକାନ୍ତି ଯୋଗୁ ରତ୍ନଭଣ୍ଡାର ମରାମତି କାମ ୪ ଦିନ ଲାଗି ସ୍ଥଗିତ ରହିବ। ଆସନ୍ତାକାଲି ଠାରୁ ୩ ତାରିଖ ଯାଏ ବନ୍ଦ ରହିବ ମରାମତି କାମ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।ଆସନ୍ତାକାଲି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଖସାପଡା ଲାଗି ପୀତି ଅନୁଷ୍ଠିତ ହେବ। ସେହିପରି ଏପ୍ରିଲ ୨ ତାରିଖରେ ମହାପ୍ରଭୁଙ୍କର ବନକଲାଗି ନୀତି ରହିଛି। ତେଣୁ ୩ ତାରିଖ ଯାଏ ରତ୍ନଭଣ୍ଡାର ମରାମତି ଓ ସଂରକ୍ଷଣ କାର୍ଯ୍ୟ ବନ୍ଦ ରହିବା ନେଇ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସୂଚନା ମିଳିଛି। ସେପଟେ ଭିତର ଓ ବାହାର ରତ୍ନଭଣ୍ଡାର ମଧ୍ୟରେ ଲାଗିଥିବା ୫ଟି ଲୁହା ବିମ୍ କୁ ବଦଳାଇ ଷ୍ଟନଲେସ୍ ବକ୍ସ ବିମ୍ ଲାଗିଛି। ମରାମତି ବେଳେ ୫ଟି ଲୁହା ବିମ୍ କଳଙ୍କି ଲାଗି ନଷ୍ଟ ହୋଇଯାଇଥିଲା। ଅକ୍ଷୟ ତୃତୀୟା ବେଳକୁ ମରାମତି ଓ ସଂରକ୍ଷଣ ଶେଷ ହୋଇପାରେ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!