ଗୁଆହାଟୀ ,୩୦।୦୩ :ଆଜି ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ)-୧୮ର ଦୁଇଟି ମ୍ୟାଚ ଖେଳାଯିବ। ବିଶାଖାପାଟଣାରେ ଅପରାହ୍ଣ ୩ଟା୩୦ରେ ଦିଲ୍ଲୀ କ୍ୟାପିଟାଲ୍ସ -ସନରାଇଜର୍ସ ହାଇଦରାବାଦ୍କୁ ଓ ଗୁଆହାଟୀରେ ରାତି ୭ଟା୩୦ରେ ରାଜସ୍ଥାନ ରୟାଲ୍ସ -ଚେନ୍ନଇ ସୁପରକିଙ୍ଗ୍ସକୁ ଭେଟିବ। ଆଇପିଏଲ୍ ୨୦୨୫ । ଟୁର୍ଣ୍ଣାମେଣ୍ଟର ୧୦ ଲିଗ୍ରେ ମୁହାଁମୁହିଁ ହେବେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ୍ । ଅପରାହ୍ନ ୩ଟା ୩୦ରେ ଖେଳାଯିବ ଏହି ମ୍ୟାଚ୍ । ହାଇଦ୍ରାବାଦ୍ ପ୍ରାଞ୍ଚାଇଜ୍ର ବିଶାଖାପାଟନମ୍ ପଡିଆ ହେଉଛି ହୋମ୍ ଗ୍ରାଉଣ୍ଡ । ଏହି ମ୍ୟାଚ୍ରେ ବିସ୍ଫୋରକ ବ୍ୟାଟିଂ ସାଙ୍ଗକୁ ବିଶାଳ ସ୍କୋର ହେବାର ଆଶା ରହିଛି । ଦିଲ୍ଲୀ କ୍ୟାପିଟାଲ୍ସ ପେସ୍ ବୋଲର ମିଚେଲ ଷ୍ଟାର୍କ ଓ ସନରାଇଜର୍ସ ଓପନର ଟ୍ରେଭିସ୍ ହେଡ୍-ଅଭିଷେକ ଶର୍ମା ଯୋଡ଼ିଙ୍କ ମଧ୍ୟରେ ଏକ ଦମ୍ଦାର ଫାଇଟ୍ ଦେଖିବାକୁ ମିଳିବ । ଅକ୍ଷର ପଟେଲଙ୍କ ନେତୃତ୍ବାଧିନ ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମ ମ୍ୟାଚରେ ୧ ୱିକେଟରେ ଲକ୍ଷ୍ନୌ ସୁପରଜିଆଣ୍ଟ୍ସକୁ ପରାସ୍ତ କରିଥିଲା। ଦଳ ୨୧୦ରନ ବିଜୟ ଲକ୍ଷ୍ୟକୁ ହାସଲ କରିବାରେ ସଫଳ ହୋଇଥିଲା। ଆଶୁତୋଷ ଶର୍ମା ଚମତ୍କାର ଇନିଂସ ଖେଳିଥିଲେ। ବ୍ୟାଟିଂ ବିଭାଗରେ ଫାଫ ଡୁପ୍ଲେସି, ତ୍ରିଷ୍ଟାନ ଷ୍ଟବ୍ସ, ଅକ୍ଷର ପଟେଲ ଓ ବିପରାଜ ନିଗମ ରନ କରିଥିଲେ। ବୋଲିଂରେ ମିଚେଲ ଷ୍ଟାର୍କ ପ୍ରଥମ ମ୍ୟାଚରେ ୩ଟି ୱିକେଟ ନେଇଥିଲେ ମଧ୍ୟ ମହଙ୍ଗା ସାବ୍ୟସ୍ତ ହୋଇଥିଲେ। ଷ୍ଟାର୍କଙ୍କ ବାଦ୍ ମୁକେଶ କୁମାର, ବିପରାଜ ନିଗମ, ମୋହିତ ଶର୍ମା, କୁଳଦୀପ ଯାଦବ ପ୍ରମୁଖ ବୋଲର ରହିଛନ୍ତି। ଦଳ ବିଜୟ ଧାରାକୁ ବଜାୟ ରଖିବାକୁ ଚେଷ୍ଟା କରିବ। ଅନ୍ୟପକ୍ଷରେ ପ୍ୟାଟ୍ କମିନ୍ସଙ୍କ ନେତୃତ୍ବାଧିନ ସନରାଇଜର୍ସ ହାଇଦରାବାଦ୍ ପ୍ରଥମ ମ୍ୟାଚରେ ୪୪ରନରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଥିବାବେଳେ ଦ୍ବିତୀୟ ମ୍ୟାଚରେ ଲକ୍ଷ୍ନୌ ସୁପରଜିଆଣ୍ଟ୍ସ ନିକଟରୁ ୫ ୱିକେଟରେ ପରାଜିତ ହୋଇଥିଲା। ଈଶାନ କିଷନ ରାଜସ୍ଥାନ ବିପକ୍ଷରେ ଶତକ ହାସଲ କରିଥିବାବେଳେ ଲକ୍ଷ୍ନୌ ବିପକ୍ଷରେ ଖାତା ଖୋଲି ପାରିନଥିଲେ। ଟ୍ରାଭିସ ହେଡ୍ , ହେନରିକ କ୍ଳାସେନ ଓ ନୀତିଶ କୁମାର ରେଡ୍ଡି ମଧ୍ୟ ରନ କରୁଛନ୍ତି। ବ୍ୟାଟିଂ ବିଭାଗରେ ଦଳ ଶକ୍ତିଶାଳୀ ଥିବାରୁ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ବଡ଼ ସ୍କୋର କରିବାକୁ ଉଦ୍ୟମ କରିବ। ବୋଲିଂରେ ମହମ୍ମଦ ସାମି, ସିମରଜିତ ସିଂହ,ପ୍ୟାଟ୍ କମିନ୍ସ, ଆଡାମ ଜାମ୍ପା ହର୍ଶଲ ପଟେଲ ପ୍ରମୁଖ ରହିଛନ୍ତି। ବୋଲିଂରେ ଦଳ ଏପର୍ଯ୍ୟନ୍ତ ଦୁର୍ବଳ ପ୍ରଦର୍ଶନ କରିଛି। ଦିଲ୍ଲୀ ବିପକ୍ଷରେ ଦଳ ବୋଲିଂ ବିଭାଗକୁ ସୁଧାରିବାକୁ ଉଦ୍ୟମ କରିବ।ଗୁଆହାଟୀରେ ଚେନ୍ନଇ ସୁପରକିଙ୍ଗ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ମ୍ୟାଚ ଖେଳାଯିବ। ରିୟାନ ପରାଗଙ୍କ ନେତୃତ୍ବାଧିନ ରାଜସ୍ଥାନ ରୟାଲ୍ସ ପ୍ରଥମ ଦୁଇ ମ୍ୟାଚରେ ସନରାଇଜର୍ସ ହାଇଦରାବାଦ୍ ଓ କଲକାତା ନାଇଟ୍ ରାଇଡର୍ସ ନିକଟରୁ ପରାଜିତ ହୋଇଛି। ଦଳ ଉଭୟ ବ୍ୟାଟିଂ ଓ ବୋଲିଂ ବିଭାଗରେ ବିଫଳ ହେଉଛି। ସଞ୍ଜୁ ସାମସନ, ଯଶସ୍ବୀ ଜୟସୱାଲ, ରିୟାନ ପରାଗ, ନୀତିଶ ରାଣା, ସିମରନ ହେତମେୟାର, ଧ୍ରୁବ ଜୁରେଲ ପ୍ରମୁଖଙ୍କ ଉପରେ ବ୍ୟାଟିଂ ଭାର ନିର୍ଭର କରୁଛି। ଉକ୍ତ ବ୍ୟାଟ୍ସମ୍ୟାନମାନଙ୍କୁ ବଡ଼ ଇନିଂସ ଖେଳିବାକୁ ପଡ଼ିବ। ବୋଲିଂରେ ଜେଫ୍ରା ଆର୍ଚର ୨ଟି ମ୍ୟାଚରୁ ୬.୩ ଓଭର ବୋଲିଂ କରି ୧୦୯ରନ ଦେଇଥିବାବେଳେ ଗୋଟିଏ ହେଲେ ୱିକେଟ ହାସଲ କରିପାରିନାହାନ୍ତି। ଯାହା ଦଳକୁ ଚିନ୍ତାରେ ପକାଇଛି। ଅନ୍ୟମାନଙ୍କ ମଧ୍ୟରେ ମହେଶ ତୀକ୍ଷଣା, ସନ୍ଦୀପ ଶର୍ମା, ୱାନିନ୍ଦୁ ହାସରଙ୍ଗା, ତୁଷାର ଦେଶପାଣ୍ଡେ ପ୍ରମୁଖ ମହଙ୍ଗା ସାବ୍ୟସ୍ତ ହେଉଛନ୍ତି। ଦଳ ବୋଲିଂକୁ ନେଇ ବଡ଼ ଚିନ୍ତାରେ ପଡ଼ିଛି। ଚେନ୍ନଇ ସୁପରକିଙ୍ଗ୍ସ ପ୍ରଥମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରି ଭଲ ଆରମ୍ଭ କରିଥିଲେ ମଧ୍ୟ ଦ୍ବିତୀୟ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ନିକଟରୁ ପରାଜିତ ହୋଇଛି। ବୋଲିଂ ଅପେକ୍ଷା ବ୍ୟାଟିଂ ଚିନ୍ତା ଦଳକୁ ବେଶି ଘାରିଛି। ରଚିନ ରବୀନ୍ଦ୍ରଙ୍କୁ ଛାଡ଼ିଦେଲେ ଅନ୍ୟ କୋଣସି ବ୍ୟାଟ୍ସମ୍ୟାନ ନିୟମିତ ରନ କରୁନାହାନ୍ତି। ବୋଲିଂରେ ନୂର ଅହମ୍ମଦ ଭଲ ପ୍ରଦର୍ଶନ କରିବା ସହିତ ଦୁଇଟି ମ୍ୟାଚରୁ ୭ଟି ୱିକେଟ ନେଇଛନ୍ତି। ଦଳ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ବିଜୟ ଧାରାକୁ ଫେରିବା ନେଇ ଉଦ୍ୟମ କରିବ।କ୍ୟାପିଟାଲ୍ସ ଦଳରେ ପରିବର୍ତ୍ତନ ହେବ । ପ୍ରଥମ ମ୍ୟାଚ୍ ଖେଳି ନଥିବା କେଏଲ ରାହୁଲ ଏକାଦଶକୁ ଫେରିବେ ଓ ୪ନଂ ସ୍ଥାନରେ ବ୍ୟାଟିଂ କରିବେ । ତେଣୁ ସମୀର ରିଜଭୀଙ୍କୁ ଏକାଦଶରୁ ବାଦ ଦିଆଯିବ । ମୁକେଶ କୁମାର ପ୍ରଥମ ମ୍ୟାଚ୍ରେ ଆହତ ହୋଇଥିଲେ । ସେ ଖେଳିବା ନେଇ ମଧ୍ୟ ଆଶଙ୍କା ରହିଛି । ଦିଲ୍ଲୀ କ୍ୟାପିଟାଲ୍ସର ନୂଆ ଫିନିଶର ଆଶୁତୋଷ ଶର୍ମାଙ୍କ ଉପରେ ସମସ୍ତଙ୍କ ନଜର ରହିବ । ପୂର୍ବ ମ୍ୟାଚ୍ରେ ସେ ଏକୁଟିଆ ସୁପରଜାଏଣ୍ଟ୍ସ ଠାରୁ ବିଜୟ ଛଡ଼ାଇ ନେଇଥିଲେ ।
ସମ୍ଭାବ୍ୟ ଦ୍ବାଦଶ
ଦିଲ୍ଲୀ କ୍ୟାପିଟାଲ୍ସ : ଜେକ ଫ୍ରେଜର-ମ୍ୟାକଗର୍କ, ଫାଫ ଡୁ ପ୍ଲେସି, ଅଭିଷେକ ପୋରେଲ, କେଏଲ ରାହୁଲ, ଅକ୍ଷର ପଟେଲ (ଅଧିନାୟକ), ଟ୍ରିଷ୍ଟନ ଷ୍ଟବ୍ସ, ଆଶୁତୋଷ ଶର୍ମା, ବିପ୍ରଜ ନିଗମ, ମିଚେଲ ଷ୍ଟାର୍କ, କୁଲଦୀପ ଯାଦବ, ମୋହିତ ଶର୍ମା, ମୁକେଶ କୁମାର/ଦର୍ଶନ ନାଲକନ୍ଦେ ।
ସନରାଇଜର୍ସ: ଅଭିଷେକ ଶର୍ମା, ଟ୍ରେଭିସ ହେଡ୍, ଇଶାନ କିଷନ, ନୀତିଶ କୁମାର ରେଡ୍ଡୀ, ହେନରିକ କ୍ଲାସେନ, ଅନିକେତ ବର୍ମା, ଅଭିନବ ମନୋହର, ପ୍ୟାଟ୍ କମିନ୍ସ (ଅଧିନାୟକ), ହର୍ଷଲ ପଟେଲ, ମହମ୍ମଦ ସାମି, ସିମରଜୀତ ସିଂହ, ଆଡାମ ଜାମ୍ପା ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |