ବଢିଲା ସୁନା ଦର , ୯୨ ହଜାର ଛୁଇଁଲା

ନୂଆଦିଲ୍ଲୀ,୩୦ା୩; ରେକର୍ଡ ପରେ ରେକର୍ଡ କରି ଚିଲିଛି ସୁନା ଦର। ନିକଟରେ ୯୦ ହଜାର ପାର କରିଥିବା ବେଳେ, ଆଜି ସୁନା ରେଟ୍ ୯୨ ହଜାର ଛୁଇଁଛି। ଯାହାକୁ ନେଇ ଚିନ୍ତାରେ ଡପଡି ଯାଇଛନ୍ତି ଗ୍ରାହକ। ତେବେ ଯଦି ଏହି ଭଳି ଦିନକୁ ଦିନ ରେଟ୍ ବଢି ଚାଲିଥିବା ତେବେ ବହୁତ ଶୀଘ୍ର ସୁନା ଦର ଲକ୍ଷେ ପାର କରିବ।ତେବେ ଆପଣମାନେ ଯଦି ସୁନା କିଣିବାକୁ ଚାହୁଁଛନ୍ତି ତାହାଲେ ସୁନା ରେଟ୍ ଜାଣି କିଣନ୍ତୁ। କାରଣ କେଉଁ ସମୟରେ ବି ରେଟ୍ ବଦଳିଯାଇପାରେ। ଠିକ୍ ଯେମିତି ଗତକାଲି ସୁନା ୯୧ ହଜାର ଥିବାବେଳେ ରାତି ପାହିଲା ବେଳକୁ ୯୨ ହଜାର ଛୁଇଁ ସାରିଛି।୧୦ ଗ୍ରାମ ସୁନା ମୂଲ୍ୟ ୯୨ ହଜାର ଟଙ୍କାରେ ପହଞ୍ଚିଛି। ଗୁଜରାଟର ଅହମ୍ମଦାବାଦରେ ୧୦ ଗ୍ରାମ ସୁନାର ମୂଲ୍ୟ ୯୨ ହଜାର ଟଙ୍କା ହୋଇଛି। ବିଶେଷକରି ୨୪ କ୍ୟାରେଟ ସୁନା ମୂଲ୍ୟର ଅଧିକ ଦର ବୃଦ୍ଧି ଘଟିଛି।  ତେବେ ଭୁବନେଶ୍ୱରରେ ସୁନା ଦର ୯୧ ହଜାର ଟଙ୍କା ଭିତରେ ରହିଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!