କବିସୂର୍ଯ୍ୟନଗର,୩୦ା୩:ଗଞ୍ଜାମ କବିସୂର୍ଯ୍ୟନଗର ଥାନା ପଥରାପଲ୍ଲୀ ଗ୍ରାମ ନିକଟରେ ଲକ୍ଷ୍ମୀନାରାୟଣ ପାଇକରାୟ ଓରଫ କୁନା ଉପରକୁ ଗୁଳିମାଡ଼ ହୋଇଛି l ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ କୁନାର ମୃତ୍ୟୁ ହୋଇଛି l ମୁଣ୍ଡରେ ଗୁଳି ବାଜିଥିବା ବେଳେ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି l କୁନା ବାଇକରେ ନିଜ ଗ୍ରାମ ଆଠଗଡ଼ପାଟଣା ଅଭିମୁଖେ ଫେରିବା ସମୟରେ ପଥରାପଲ୍ଲୀ କୁକୁଡ଼ା ଫାର୍ମ ନିକଟରେ ଗୁଳିମାଡ଼ ହୋଇଛି l କବିସୂର୍ଯ୍ୟନଗର ମେଡ଼ିକାଲରେ ମୃତଦେହ ରଖାଯାଇଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି l ତେବେ କୁନା ପାଇକରାୟ ନାଁରେ ଥାନାରେ ଏକାଧିକ ମାମଲା ଥିବା ସୂଚନା ରହିଛି । ସେ ଏବେ ସମାଜର ମୁଖ୍ୟ ସ୍ରୋତରେ ସାମିଲ୍ ହେବାକୁ ଚାହୁଁଥିଲେ । ପୂର୍ବ ଶତ୍ରୁତାରୁ କେହି ତାଙ୍କୁ ଗୁଳିମାଡ଼ କରିଥିବା ପୋଲିସ ସନ୍ଦେହ କରୁଛି । ଘଟଣାଟି ଘଟିଛି କବିସୂର୍ଯ୍ୟନଗର ଥାନା ପଥରାପଲ୍ଲୀ କୁକୁଡ଼ାଫlର୍ମ ନିକଟ କଲଭର୍ଟ ଠାରେ। କିଛି ଦୁର୍ବୃତ୍ତ କଲଭର୍ଟ କାମ ଦେଖିବାକୁ ଆସି ଭିଡିଓ ବନାଉଥିଲେ। ସେଠାରୁ ଫୋନ୍ କରି କାମ ପାଖକୁ ଡାକିଥିଲେ। ଜଣେ କାମ କଥା ପଚାରିବା ବେଳେ ଅନ୍ୟଜଣେ ଅତି ନିକଟରୁ ଗୁଳି କରିଥିଲେ। ଘଟଣାସ୍ଥଳରେ ପଡ଼ି ଯାଇଥିବା ବେଳେ ତାଙ୍କୁ କବିସୂର୍ଯ୍ୟନଗର ମେଡିକାଲ ଭର୍ତ୍ତି କରିବା ପରେ ଡାକ୍ତର ସେଠାରେ ମୃତ ଘୋଷଣା କରିଛନ୍ତି। ସ୍ଥାନୀୟ କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ନାୟକ ମେଡିକାଲରେ ପହଞ୍ଚି ଘାଟଣା ସମ୍ପର୍କରେ ବୁଝିବା ସହ ନ୍ୟାୟିକ ତଦନ୍ତ ପାଇଁ ଦାବି କରିଛନ୍ତି। ପୋଷ୍ଟମର୍ଟମ ପାଇଁ ବ୍ରହ୍ମପୁର ମେଡିକାଲ ପଠାଯାଇଛି। ମୃତଦେହ ବ୍ୟବଚ୍ଛେଦ ପରେ ଘଟଣାର ପର୍ଦ୍ଦାଫାଶ ହେବ ବୋଲି ପୋଲିସ କହିଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |