ସୀନୂଆଦିଲ୍ଲୀ,୩୦ା୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଛତିଶଗଡ଼ ଗସ୍ତର କିଛି ଘଣ୍ଟା ପୂର୍ବରୁ ବିଜାପୁରରେ ୫୦ ମାଓବାଦୀ ଆତ୍ମ ସମର୍ପଣ କରିଛନ୍ତି। ଏଥିରୁ ୧୪ ମାଓବାଦୀଙ୍କ ଉପରେ ୬୮ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା। ମାଓବାଦୀମାନେ କହିଛନ୍ତି, ସେମାନେ ମିଥ୍ୟା ଓ ଅମାନବୀୟ ମାଓବାଦୀ ବିଚାରଧାରା, ବରିଷ୍ଠ କାର୍ଯ୍ୟକର୍ତ୍ତା ଦ୍ଵାରା ଆଦିବାସୀଙ୍କ ଶୋଷଣ ଓ ଆନ୍ଦୋଳନ ଭିତରେ ମତଭେଦ କାରଣରୁ ଆତ୍ମସମର୍ପଣ କରିଛନ୍ତି। ମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲରା ୧୭ ଜଣ ନକ୍ସଲଙ୍କ ଏନକାଉଣ୍ଟରରେ ମୃତ୍ୟୁ ଘଟିଥିଲା। ଆଜି ପୁଣି ସୁକମାର ବାସାଗୁଡା ଥାନା ଅଂଚଳର ଟେକମେଟା ଜଂଗଲରେ ଏନକାଉଣ୍ଟରରେ ଜଣେ ନକ୍ସଲର ମୃତ୍ୟୁ ହୋଇଛି।କେନ୍ଦ୍ର ସରକାର ନକ୍ସଲମାନଙ୍କ ବିରୋଧରେ ସ୍ଵତନ୍ତ୍ର ଅଭିଯାନ ଚଳାଇଛନ୍ତି। ଏନକାଉଣ୍ଟରରେ ଅନେକ ନକ୍ସଲ ନିହତ ହେବା ପରେ ସେମାନଙ୍କ ଦୁର୍ଗ ଭୁଶୁଡ଼ିବାରେ ଲାଗିଛି। ଯାହାଫଳରେ ବହୁ ନକ୍ସଲ ସଂଗଠନ ଛାଡ଼ି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବା ଲାଗି ଆତ୍ମସମର୍ପଣ କରୁଛନ୍ତି। ଏହି କ୍ରମରେ ଛତିଶଗଡ଼ର ବିଜାପୁର ଜିଲାରେ ରବିବାର ୫୦ରୁ ଅଧିକ ନକ୍ସଲ ଆତ୍ମସମର୍ପଣ କରି ହିଂସାର ମାର୍ଗ ଛାଡ଼ିଛନ୍ତି। କେନ୍ଦ୍ର ମନ୍ତ୍ରୀ ଅମିତ ଶାହା ଏହି ସୂଚନା ଦେବା ସହିତ ସେମାନଙ୍କ ନିଷ୍ପତ୍ତିକୁ ସ୍ଵାଗତ କରିଛନ୍ତି। ସମସ୍ତ ନକ୍ସଲକୁ ଥଇଥାନ କରାଯାଇ ମୁଖ୍ୟ ସ୍ରୋତରେ ଯୋଡ଼ାଯିବ। ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇ ଶାହା କହିଛନ୍ତି ବର୍ଷକ ପରେ ଅର୍ଥାତ ୩୧ ମାର୍ଚ୍ଚ ୨୦୨୬ ପରଠାରୁ ନକ୍ସଲବାଦ ଦେଶରେ ଇତିହାସ ପାଲଟିଯିବ।ମୃତ ନକ୍ସଲକୁ ଚିହ୍ନଟ କରାଯାଇଛି। ଜଗରଗୁଣ୍ଡା ଏରିଆ କମିଟିର ନରସାପୁର ଆରପିସି ଅଧ୍ୟକ୍ଷ କନ୍ନା ଝାଡି। ମୃତ ନକ୍ସଲ ଠାରୁ ଗୋଟିଏ ବନ୍ଧୁକ ଜବତ କରାଯାଇଛି। କନ୍ନା ଝାଡି ନାମରେ ସରକାର ଏକ ଲକ୍ଷ ଟଂକାର ପୁରସ୍କାର ଘୋଷଣା କରିଥିଲେ। ମୃତ ନକ୍ସଲ ନାମରେ ବିଭିନ୍ନ ଥାନାରେ ବହୁ କେଶ ରହିଥିବା ପୁଲିସ କହିଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |