ମ୍ୟାମାର ଭୂକମ୍ପ: ମୃତ୍ୟୁସଂଖ୍ୟା ୧୬୪୪କୁ ବୃଦ୍ଧି

ନୂଆଦିଲ୍ଲୀ,୩୦ା୩: ଦକ୍ଷିଣ-ପଶ୍ଚିମ ପ୍ରଶାନ୍ତ ମହାସାଗର ଅଞ୍ଚଳର ଟୋଙ୍ଗା ଦ୍ୱୀପପୁଞ୍ଜରେ ବଡ଼ ଧରଣର ଭୂକମ୍ପ । ଆଜି ସନ୍ଧ୍ୟା 5ଟା 48 ମିନିଟରେ ଏହା ହୋଇଥିବା ବେଳେ ରିକ୍ଟର ସ୍କେଲରେ ୭.୦ ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଥିଲା। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି ।ଆମେରିକାର ଭୂତତ୍ତ୍ୱ ସର୍ଭେ (USGS) ଅନୁଯାୟୀ, ଏହି ଶକ୍ତିଶାଳୀ ଭୂମିକମ୍ପ ଯୋଗୁଁ ପ୍ରଶାନ୍ତ ମହାସାଗର ଅଞ୍ଚଳରେ ସୁନାମି ଚେତାବନୀ ଜାରି କରାଯାଇଛି ।ସୁନାମୀ ଆଲର୍ଟ- ଟୋଙ୍ଗାର ମୁଖ୍ୟ ଦ୍ୱୀପରୁ ପ୍ରାୟ 100 କିଲୋମିଟର ଉତ୍ତର-ପୂର୍ବରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା ବୋଲି USGS କହିଛି । ପ୍ରଶାନ୍ତ ମହାସାଗର ସୁନାମି କେନ୍ଦ୍ର ଏକ ସତର୍କତା ଜାରି କରି କହିଛି ଯେ ଭୟଙ୍କର ଲହରୀ ଭୂମିକମ୍ପ କେନ୍ଦ୍ରଠାରୁ 300 କିଲୋମିଟର ମଧ୍ୟରେ ଉପକୂଳବର୍ତ୍ତୀ ଅଞ୍ଚଳକୁ ପ୍ରଭାବିତ କରିପାରେ । ବର୍ତ୍ତମାନ କୌଣସି ପ୍ରକାରର କ୍ଷତିର ଆକଳନ କରାଯାଇ ନାହିଁ । ମିଆଁମାର ଭୂମିକମ୍ପରେ ମୃତ୍ୟୁସଂଖ୍ୟା ୧୬୪୪କୁ ବୃଦ୍ଧି ପାଇଲାଣି । ୩୫୦୦ରୁ ଉର୍ଦ୍ଧ୍ବ ଆହତଙ୍କୁ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଧ୍ବଂସ ସ୍ତୁପ ତଳୁ ଏବେ ବି ଚାଲିଛି ଜୀବନ ଖୋଜା । ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ଉଦ୍ଧାର କାର୍ଯ୍ୟ । ଏମିତି ସ୍ଥିତିରେ ମୃତ୍ଯୁସଂଖ୍ଯା ୧୦ ହଜାର ଟପିବ ବୋଲି ଆଶଙ୍କା କରାଯାଉଛି ।ଭୂମିକମ୍ପ ଏତେ ଶକ୍ତିଶାଳୀ ଥିଲା ଯେ ୯୦୦ କିଲୋମିଟର ଦୂରରେ ଅବସ୍ଥିତ ବ୍ୟାଙ୍କକ୍ ମଧ୍ୟ ଏହାର ପ୍ରଭାବ ଅନୁଭବ କରିଥିଲା, ଯାହା ଫଳରେ ଅନେକ ଐତିହାସିକ ନିର୍ମାଣ ଏବଂ ପୋଲ ଭୁଶୁଡ଼ି ପଡ଼ିଥିଲା। ଭୂମିକମ୍ପ ଯୋଗୁଁ ଥାଇଲାଣ୍ଡରେ ବି ନାହିଁ ନଥିବା କ୍ଷତି କରିଛି ଭୂକମ୍ପ । ଧୂଳିସାତ ହୋଇଛି ଅନେକ କୋଠା ଓ ବ୍ରିଜ । ରାଜଧାନୀ ବ୍ୟାଙ୍କକରେ ୨ ହଜାରରୁ ଅଧିକ କୋଠା କ୍ଷତିଗ୍ରସ୍ତ ହୋଇଛି । ବ୍ୟାଙ୍କକର ଚାଟୁଛକ ମାର୍କେଟରେ ୧୦୦ରୁ ଅଧିକ ଶ୍ରମିକ ପୋତି ହୋଇଥିବା ଆଶଙ୍କା କରାଯାଉଛି ।ମିଆଁମାରକୁ ସହାୟତାର ହାତ ବଢ଼ାଇଛି ଭାରତ । ‘ଅପରେସନ ବ୍ରହ୍ମା’ରେ ମିଆଁମାରକୁ ଭାରତ ପଠାଇଛି ଔଷଧ, ଖାଦ୍ୟ ପଦାର୍ଥ ସମେତ ୧୫ ଟନ ରିଲିଫ ସାମଗ୍ରୀ । ସେହିପରି ଆଇଏନଏସ ସତପୁରା ଓ ଆଇଏନଏସ ସାବିତ୍ରୀରେ ପଠାଯାଇଛି ୪୦ ଟନ ସାମଗ୍ରୀ । ବାୟୁସେନା ବାହିନୀର ସି-୧୩୦ ଏୟାରକ୍ରାଫରେ ବି ଯାଇଛନ୍ତି ୪୦ ଜଣ ଏନଡିଆରଏଫ ଯବାନ । ମିଆଁମାରକୁ ସହାୟତା ପ୍ରଦାନ ଲାଗି ଘୋଷଣା କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ । ଜାତିସଂଘ ପକ୍ଷରୁ ୫ ନିୟୁତ ଡଲାର ସହାୟତା ଦିଆଯାଇଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!