ଆଜି ପବିତ୍ର ଇଦ୍ ପର୍ବ

ଭୁବନେଶ୍ୱର,୩୧ା୩: ଆଜି ପବିତ୍ର ଇଦ୍ ପର୍ବ। ଯାହାକି ମୁସଲମାନ ସଂପ୍ରଦାୟର ସବୁଠାରୁ ଶ୍ରେଷ୍ଠ ପର୍ବ କହିଲେ ଅତ୍ୟୁକ୍ତି ହେବ ନାହିଁ। ଦୀର୍ଘ ଏକ ମାସ ହେବ ରୋଜା ପାଳନ କରୁଥିବା ମୁସଲମାନ ଭଆଇ ଭଉଣୀମେନ ଆଜି ଇଦ-ଉଲ-ଫିତର ପାଳନ କରୁଛନ୍ତି।ଏଥିପାଇଁ ଚଳ ଚଞ୍ଚଳ ହୋଇ ପଡିଛି ସବୁ ମସଜିଦ୍। ଭୋରରୁ ମୁସଲମାନ ସମ୍ପ୍ରଦାୟ ପକ୍ଷରୁ ମସଜିଦରେ ଉପସ୍ଥିତ ରହି ସମୂହ ନମାଜ ପାଠ ହୋଇଛି। ଇସଲାମିକ ମାନ୍ୟତା ଅନୁଯାୟୀ, ଇଦ-ଉଲ୍-ଜୁହା ହଜରତ ଇବ୍ରାହିମଙ୍କ ତ୍ୟାଗକୁ ମନେପକାଇ ଏହି ପର୍ବ ପାଳନ କରାଯାଇଛି।ଯାହାକି ପ୍ରତିବର୍ଷ ଏହି ସମୟରେ ପାଳନ କରାଯାଏ। ସେପଟେ ରାଜ୍ୟରେ ଆଜି ଇଦ୍-ଉଲ-ଫିତର ପାଳନ ନେଇ ଅଞ୍ଜୁମାନ ଇସଲାମିଆ ଅହଲେ ସୁନ୍ନତ୍ ଅଲ୍ ଜମାତ କଟକ କାର୍ଯ୍ୟାଳୟ ପକ୍ଷରୁ ଘୋଷଣା କରାଯାଇଛି। ଗତକାଲି ସମ୍ବଲପୁର ଓ ସୁନ୍ଦରଗଡରେ ଚାନ୍ଦ ଦେଖାଯିବା ଯୋଗୁଁ ରାଜ୍ୟରେ ଇଦ ପାଳନ ପାଇଁ ନିଷ୍ପତ୍ତି ହୋଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!